ଜଗତସିଂହପୁର : ପାରାଦୀପ ବନ୍ଦରର ଯାନ୍ତ୍ରିକ କୋଇଲା ବୋଝେଇ ପ୍ଲାଣ୍ଟ (ଏମ୍ସିଏଚ୍ପି) ଡିସେମ୍ବର ମାସରେ ସର୍ବକାଳୀନ ରେକର୍ଡ କରିଛି। ୨୦୨୧ ଡିସେମ୍ବରରେ ଏହି ପ୍ଲାଣ୍ଟରେ ୬୬୬ଟି ବଗି ଓପନ ବଟମ ରାପିଡ୍ ଡିସ୍ଚାର୍ଜ ହୋପର ୱାଗନ୍(ବିଓବିଆରଏନ୍) ରେକ୍ରୁ ପଣ୍ୟ ଖଲାସ କରାଯାଇଛି। ଗତ ନଭେମ୍ବର ମାସରେ ୬୬୧ଟି ରେକ୍ରୁ ପଣ୍ୟ ଖଲାସ କରାଯାଇଥିଲା। ୨୦୧୬ ମସିହା ମାର୍ଚ୍ଚ ମାସରେ ପାରାଦୀପ ବନ୍ଦରରେ ୨୪,୪୧୯୫ ମେଟ୍ରିକ୍ ଟନ୍ ପଣ୍ୟ କାରବାର ଜାହାଜ ମାଧ୍ୟମରେ ହୋଇଥିଲା। ଚଳିତ ଡିସେମ୍ବର ମାସରେ ଏହି ରେକର୍ଡ ଅତିକ୍ରମ କରି ୨୭,୨୫୫୮ ମେଟ୍ରିକ୍ ଟନ୍ ପଣ୍ୟ କାରବାର ହୋଇଛି। ଏହି ସଫଳତା ପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ତଥା ଏହାସହ ସଂଶ୍ଲିଷ୍ଟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି।
ପାରାଦୀପ ବନ୍ଦର ମାଲ ପରିବହନରେ ସର୍ବକାଳୀନ ରେକର୍ଡ
/sambad/media/post_attachments/wp-content/uploads/2020/05/paradeep-port.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)