ଆନନ୍ଦପୁର : ପିଣ୍ଡାରେ ଭାତ ଖାଉଥିବା ବେଳେ ମାଡ଼ିବସିଲା ଭାଲୁ। ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଆନନ୍ଦପୁର ସୀମାନ୍ତ ମହୁଲଡିହା ଥାନା ଘୁଳୁଘୁଳିଆ ଗ୍ରାମରେ। ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ବୃଦ୍ଧ ଜଣଙ୍କ ହେଲେ ମାଣତିରାମ ମହାନ୍ତ (୬୫)।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ସାଢ଼େ ଗୋଟାଏବେଳେ ଏକ ବଣୁଆ ଭାଲୁ ଗାଁ ଭିତରକୁ ପଶି ଆସିଥିଲା। ଲୋକମାନେ ଗୋଡ଼ାଇବାରୁ ଭାଲୁଟି ଛାନିଆ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲା। ଏହି ସମୟରେ ବୃଦ୍ଧ ମାଣିତିରାମ ଘର ପିଣ୍ଡାରେ ବସି ଭାତ ଖାଉଥିଲେ। ଭାଲୁଟି ତାଙ୍କୁ ଅର୍ତକିତ ଭାବେ ଆକ୍ରମଣ କରିବା ସହ ରାଗରେ କାମୁଡ଼ି ଦେଇଥିଲା। ମଣିତିରାମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଠାକୁରମୁଣ୍ଡା ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ହାତରେ ଶକ୍ତ ଆଘାତ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/l_bear-1473007291_835x547.jpg)