ବିିଦ୍ୟୁତ ବଲ୍‌ବ ଫାଟି ଘର ଜଳିଗଲା

ନୀଳଗିରି: ବିଦ୍ୟୁତ୍‌ ବଲ୍‌ବ ଫାଟିଯିବାରୁ ଘର ପୋଡ଼ିଗଲା। ନୀଳଗିରି ଉପଖଣ୍ଡ ଜୁରିଆପାଟଣା ଗ୍ରାମରେ ଘଟିଛି ଏହି ଘଟଣା। ଗ୍ରାମର ସୁମତୀ ସାମଲଙ୍କ ପରିବାର ଲୋକ ଆଜି ରାତିରେ ଖାଇ ସାରି ଶୋଇବାକୁ ଯାଉଥିଲେ। ଏହି ସମୟରେ ସର୍ଟସର୍କିଟ୍‌ ହୋଇ ଘର ଭିତରେ ଜଳୁଥିବା ଏକ ବିଦ୍ୟୁତ୍‌ ବଲ୍‌ବ ଫାଟିଯାଇଥିଲା। ଫଳରେ ସେଥିରୁ ନିଆଁ ବାହାରି ଘର ଜଳିଯାଇଥିଲା।

ସୁମତୀଙ୍କ ସହ ପୁଅ ସଞ୍ଜୟ, ବୋହୂ ମାଳତୀ ଓ ନାତି କ୍ରିଷ୍ଣା ବାହାରକୁ ବାହାରି ଆସିଥିବାରୁ ବର୍ତ୍ତିଯାଇଥିଲେ। ଖବର ପାଇ ନୀଳଗିରି ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର, ଦରକାରୀ କାଗଜପତ୍ର, ଧାନଚାଉଳ ଆଦି ପୋଡ଼ି ପାଉଁଶ ହୋଇଯାଇଛି।

ସମ୍ବନ୍ଧିତ ଖବର