କଟକରୁ ପୁଣି ଜବତ ହେଲା ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ ବାଣ, ଜଣେ ଅଟକ

କଟକ: କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ଏହି ବାଣ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନରୁ ଏହି ବାଣ ଆଣି ସେଗୁଡିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନା କରିଥିବା ପୁଲିସ ପକ୍ଷରୁ କୁହାଯାଇଛି ।

ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କଟକ କମିଶନରେଟ ପୁଲିସ ବେଆଇନ ବାଣ ବିକ୍ରିକୁ ରୋକିବା ପାଇଁ ଅଭିଯାନ ଆରମ୍ଭ କରିଛି। ଜଗତପୁର ପୁଲିସ ଗତକାଲି ବେଆଇନ ବାଣ ଜବତ କରିଥିବା ବେଳେ ଆଜି ବିଡ଼ାନାସି ପୁଲିସ ମଧ୍ୟ ବାଣ ଜବତ କରିଛି ।

ସମ୍ବନ୍ଧିତ ଖବର