ଧର୍ମଗଡ଼ : ବୁଧବାର ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସମେତ ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ନିର୍ମଳ ସାହୁ, ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ଵର ଜାଲ, ଶିଶୁ ସୁରକ୍ଷା ୟୁନିଟ୍ର ସଦସ୍ୟମାନେ ମହାଲିଙ୍ଗ କଲେଜ୍ ଓ ୨ଟି ଲେଡିଜ୍ ହଷ୍ଟେଲରେ ତଦନ୍ତ କରିଛନ୍ତି। ଏଠାରେ ଶିଶୁ ସୁରକ୍ଷା ନିୟମାବଳୀକୁ ପାଳନ କରାଯାଉଛି କି ନାହିଁ ତଦନ୍ତ ହୋଇଛି।
ମମିତା ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ଜମି କେଳେଙ୍କାରୀ କରିଥିବା ଅଭିଯୋଗ ହୋଇଛି। ଏନେଇ ତଦନ୍ତକାରୀ ଅଧିକାରୀଙ୍କୁ ପଚାରିବାରୁ; ତଦନ୍ତରେ ଯାହ ସବୁ ତଥ୍ୟ ମିଳିଛ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଥିଲେ। ମମିତା ହତ୍ୟାକାଣ୍ଡ ଘଟଣାରେ ଗତ ୧ ତାରିଖରୁ ଜିଲ୍ଲା ପ୍ରଶାସନ ମହାଲିଙ୍ଗ କଲେଜ୍ରେ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ପୁଣିଥରେ ଧର୍ମଗଡ଼ ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ତଦନ୍ତ ହୋଇଛି। ଅନ୍ୟପଟେ ଆଜି କଲେଜ୍ ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ଏକ ବୈଠକ ହୋଇଛି।