ଜମ୍ମୁ-କଶ୍ମୀରରେ ଓଡ଼ିଆ ପୁଅ ସହିଦ

ଜମ୍ମୁ-କଶ୍ମୀରରେ ଓଡ଼ିଆ ପୁଅ ସହିଦ

ପୁରୀ/ସାକ୍ଷୀଗୋପାଳ : ଜମ୍ମୁ କାଶ୍ମୀରର ପୁଞ୍ଚରେ ଆଜି ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଛି। ଫଳରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ନିହତ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ପୁଅ।। ସେ ହେଉଛନ୍ତି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ(୨୮ ବର୍ଷ)।

ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୨ ମସିହା ମେ ମାସ ୪ ତାରିଖରେ ତାଙ୍କର ସୁଶ୍ରୀସଙ୍ଗୀତା ବିଶ୍ବାଳଙ୍କ ସହ ବିବାହ ହୋଇଥିଲା ଓ ସେମାନଙ୍କର ଏକ ଛୋଟ ଝିଅ ଅଛି। ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁଖବର ତାଙ୍କର ଜଣେ ସାଙ୍ଗ ପରିବାରକୁ ଖବର ଦେବାପରେ ଗ୍ରାମରେ ଶୋକର ଲହରି ଖେଳିଯାଇଛି। ପରିବାରରେ କାନ୍ଦବୋବାଳି ପଡ଼ିଯାଇଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe