ପରିତ୍ୟକ୍ତ କୂଅରୁ ବୃଦ୍ଧଙ୍କ ଶବ ଉଦ୍ଧାର, ୩ ଦିନ ହେଲା ନିଖୋଜ ଥିଲେ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଠେମରା ପଞ୍ଚାୟତ ମୁଖ୍ୟାଳୟର ଏକ ପରିତ୍ୟକ୍ତ କୂଅରୁ କ୍ଷମା ବନଛୋର ନାମକ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର ହୋଇଛି। ସେ ଗତ ତିନିଦିନ ହେଲା ନିଖୋଜ ଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, କ୍ଷମା ଗତ ୨୬ ତାରିଖ ରାତି ସାଢ଼େ ୯ଟାରେ ଘର ଲୋକଙ୍କୁ ବାହାରକୁ ଯାଇ ଆସୁଛି ବୋଲି କହି ଯାଇଥିଲେ। ବହୁ ସମୟ ଧରି ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ।

ନପାଇବାରୁ ବୁଧବାର ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ସନ୍ଧ୍ୟା ୫ଟା ସମୟରେ ଏକ ପରିତ୍ୟକ୍ତ କୂଅରେ କ୍ଷମାଙ୍କ ଶବ ପାଣିରେ ଭାସୁଥିବା ପରିବାର ଲୋକେ ଜାଣି ପାରିଥିଲେ। ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀ ସାହାଯ୍ୟରେ ପୁଲିସ ଶବ ଉଦ୍ଧାର କରିଥିଲା। ଉଦ୍ଧାର ସମୟରେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ମାଜିଷ୍ଟ୍ରେଟ ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ବର ଧରୁଆ ଉପସ୍ଥିତଥିଲେ। ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଯାଇଛି ବୋଲି ସିନ୍ଧେକେଲା ଆଇଆଇସି ବି. ରୁଦ୍ରିଆ ସୁଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର