ଓଡିଶାର ଜ୍ୱାଇଁଙ୍କୁ ଦାମୀ ଗାଡି ଚାବି ଦେବାକୁ ଖୋଦ ଗଲେ ଆନନ୍ଦ ମହିନ୍ଦ୍ରା !

ଉଦୟପୁର: ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ରାଜସ୍ଥାନ ଉଦୟପୁରର ରାଜକୁମାର ଲକ୍ଷରାଜ ସିଂ ମେବାର କିଣିଥିବା ଏକ ଥର-୭୦୦ ଗାଡିର ଚାବି ଦେବାକୁ ନିଜେ ଯାଇ ପହଂଚିଥିଲେ | ଏହି କାରର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହୋଇଥିବାବେଳେ ଥର ସିରିଜର ଏହା ଏକ ଖାସ ଏଡିସନ ଭାବେ ଜଣାଶୁଣା | ଉଦୟପୁରର ମେଵାର ପରିବାରଙ୍କର କାର ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି | ପାଖାପାଖି ୨୦ ବର୍ଷ ତଳେ ଉଦୟପୁରରେ କାର ମ୍ୟୁଜିୟମର ଉଦଘାଟନ ମଧ୍ୟ କରାଯାଇଥିଲା |

ଏହି କାରରେ ବ୍ଲାକ ଫିନିସ ଗ୍ରିଲ, ଫ୍ରଣ୍ଟ ବମ୍ପର ସହ ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ ରହିଛି | ଉଦୟପୁର ରାଜକୁମାରଙ୍କ ଘରେ ଏଣିକି ଅନେକ କ୍ଲାସିକ କାର ଓ ରୋଲସ ରୟସ ଭଳି କାର ସହ ଏହି କାରକୁ ମଧ୍ୟ ଦେଖିବାକୁ ମିଳିବ | ଉଭୟ ଆନନ୍ଦ ମହିନ୍ଦ୍ରା ଓ ଲକ୍ଷରାଜ ସିଂ ମେବାର ଟ୍ୱିଟରରେ ଫଟୋ ସେୟାର କରିଛନ୍ତି |

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ଼ ଜୁନ ମାସରେ ୭୦ ବର୍ଷ ପୂରଣ ଅବସରରେ ଥର-୭୦୦କୁ ଲାଞ୍ଚ କରାଯାଇଥିଲା | ୧୯୪୯ ମସିହାରେ ପ୍ରଥମ ଥର ପାଇଁ ମହିନ୍ଦ୍ରା ଏହାର ପ୍ରଥମ ଗାଡି ଲଞ୍ଚ କରିଥିଲା | ଏଠାରେ ସୂଚନା ଥାଉ କି ରାଜକୁମାର ଲକ୍ଷରାଜ ସିଂ ମେବାରଙ୍କୁ ବିଜେପି ନେତା କନକ ବର୍ଦ୍ଧନ ସିଂ ଦେଓଙ୍କ ଝିଅ ନିଭରୀତୀ କୁମାରୀ ବିବାହ କରିଛନ୍ତି |

ସମ୍ବନ୍ଧିତ ଖବର