ଗ୍ରାହକ ଓ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ କୋଠାକୁ କରୋନା ଭୂତାଣୁ ସଂକ୍ରମଣ ରହିତ କଲା ଆନନ୍ଦ ସୁପର ବଜାର କମ୍ପ୍ଲେକ୍ସ

ଭୁବନେଶ୍ବର: ମହାମାରୀ କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି | ଏହାକୁ ଦୃଷ୍ଟିରେ ରଖି ଏହାର ସଂକ୍ରମଣ ପ୍ରତିହତ କରିବାକୁ ମାସ୍କ ଓ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖିବା ଭଳି ପଦକ୍ଷପ ନିଆଯାଇଛି | କରୋନା ଭୂତାଣୁ ବାୟୁବାହିତ ବୋଲି ଜଣାପଡିବା ପରେ ଏହାର ପ୍ରତିକାର ପାଇଁ ଏବେ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି | ବାୟୁ ଦ୍ୱାରା କରୋନା ସଂକ୍ରମଣ ରୋକିବାକୁ ନିକଟରେ ରାଜ୍ୟ ପଶ୍ଚିମାଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଆନନ୍ଦ ସୁପର ବଜାର ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି |

ଆନନ୍ଦ ସୁପର ବଜାର ନିଜ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାୟୁ ଦ୍ୱାରା କରୋନା ସଂକ୍ରମଣ ରୋକିବାକୁ ଆନନ୍ଦ ସୁପର ବଜାର କୋଠାକୁ ଫୋରବସ କରୋନାଗାର୍ଡ ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣ ରହିତ କରାଯାଇଛି ବୋଲି ଆନନ୍ଦ ଗ୍ରୁପର ପରିଚାଳନା ନିର୍ଦେଶକ ଆନନ୍ଦ ଅଗ୍ରୱାଲ ପ୍ରକାଶ କରିଛନ୍ତି |

ସୂଚନାଯୋଗ୍ୟ, ଆନନ୍ଦ ସୁପର ବଜାର କୋଠାକୁ କରୋନା ସଂକ୍ରମଣ ମୁକ୍ତ କରିବା ପାଇଁ ଆଇଆଇଟି ଗୌହାଟି ପ୍ରକଳ୍ପ ସ୍ୱୀକୃତ ସାଇକୋକନ ଦ୍ୱାରା ପରିଚାଳିତ ଫୋରବସ କରୋନାଗାର୍ଡ ସ୍ଥାପନ କରାଯାଇଛି | ବାୟୁବାହିତ କରୋନା ଭୂତାଣୁ ଯେମିତି କୋଠା ଭିତରକୁ ପ୍ରବେଶ ନକରି ପାରିବ ସେଥିପାଇଁ ଏଥିରେ ୧୫ସ୍ତରୀୟ ପରୀକ୍ଷା ପଦ୍ଧତିରେ କୋଠାର ସଂକ୍ରମଣ ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରାଯାଇଥାଏ | ଆନନ୍ଦ ସୁପର ବଜାର କୋଠାରେ ଫୋରବସ କରୋନାଗାର୍ଡ ବ୍ୟବହାର ଫଳରେ ଏଠାକୁ ଆସୁଥିବା ଗ୍ରାହକ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ କରୋନା ସଂକ୍ରମଣରୁ ସୁରକ୍ଷା ନିଶ୍ଚିତ ହୋଇପାରିଛି | କେବଳ ସାମଗ୍ରୀ ଯୋଗାଣରେ ଗୁଣବତ୍ତା ଓ କ୍ରୟ ଉପରାନ୍ତ ସେବା ନୁହେଁ, ଗ୍ରାହକ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ଆମର ପ୍ରାଥମିକତା ବୋଲି କହିଛନ୍ତି ଶ୍ରୀ ଆନନ୍ଦ ପ୍ରକାଶ |

ସମ୍ବନ୍ଧିତ ଖବର