ଆନନ୍ଦପୁର: ଆଜି ସକାଳ ୯ଟା ବେଳେ ଘଷିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଠାରେ ଏକ ସଡ଼କ ଦୁର୍ଘଟନାରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି।
୩୭ ବର୍ଷିୟ ଦୀନବନ୍ଧୁ ତ୍ରିପାଠୀ, ତାଙ୍କ ପତ୍ନୀ ୩୦ ବର୍ଷିୟ ପତ୍ନୀ ଭାରତୀ ଏବଂ ୬ ବର୍ଷିୟ ଆୟୁଷ ଏକ ବାଇକ୍ ଯୋଗେ ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଉଥିଲେ। ଜାତୀୟ ରାଜପଥ ଉପରେ ଏକ ଟ୍ରଲର୍ ଟ୍ରକ୍ ସେମାନଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି।
ସେମାନଙ୍କ ଘର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଅାଁପଦା ଗ୍ରାମରେ। ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/BlueStacks_ScreenShot1.jpg)