ହାଟଡିହି: କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍ରେ ଗୋଟିଏ ଦିନରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ସମାବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗଡ଼ଚଣ୍ଡୀରେ ବିଧାୟକଙ୍କ ସମର୍ଥକମାନେ ଏକ ସମାବେଶ ଆୟୋଜନ କରିଥିଲେ। ଏଥିରେ ସଢ଼ା, ଜମ୍ଭିରା, ପନ୍ଦାଡ଼ୋ, ଢେଙ୍କା ପଞ୍ଚାୟତରୁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗଦେଇ ବିଧାୟକଙ୍କ ସଫଳତା ବଖାଣିଥିଲେ। ଆଗାମୀ ଦିନରେ ବିଜେଡି ତାଙ୍କୁ ପୁଣି ଟିକେଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନେ ନିବେଦନ କରିଥିଲେ। ଏଥିପାଇଁ ଏସବୁ ପଞ୍ଚାୟତରେ ବିଜେଡି କର୍ମୀମାନେ ଦସ୍ତଖତ ଅଭିଯାନ କରିବେ ବୋଲି ଏଠାରେ ନିଷ୍ପତ୍ତି ନିଆଯାଇଥିଲା। ଏହି ସମାବେଶରେ ସୁଧାଂଶୁ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ଚଣ୍ଡୀପ୍ରସାଦ ରାଉତ, ପ୍ରଭାତ ରାଉତ, ସଞ୍ଜୟ କୁମାର ରାଉତ, ଉମାକାନ୍ତ ଜେନା, ବିଶ୍ୱନାଥ ଯେନା, ବାବୁଲା ଯେନା, ଜଗନ୍ନାଥ ନାୟକ, ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରଦୀପ ସାମଲ, କାଳିଆ ବିଶ୍ୱାଳ, ବିଜୟ ରାଉତ, ପ୍ରମୋଦ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କ କାର୍ଯ୍ୟଧାରାକୁ ସମର୍ଥନ ଜଣାଇଥିଲେ।
ସେହିପରି ଆଜି ଛେନାପଦି ଛକରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ପକ୍ଷରୁ ଆୟୋଜିତ ସମାବେଶରେ ପୂର୍ବତନ ବ୍ଲକ୍ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ ସଭାପତିତ୍ୱ କରିଥିଲେ। ପୂର୍ବତନ ବ୍ଲକ୍ ସଭାପତି ବିକ୍ରମ କେଶରୀ ବିଶ୍ୱାଳ ଯୋଗଦେଇ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ଦୁର୍ବ୍ୟବହାରରେ କର୍ମୀମାନେ ଅତିଷ୍ଠ ହୋଇଥିବା ଅଭିଯୋଗ କରିଥିଲେ। ବରିଷ୍ଠ କର୍ମକର୍ତ୍ତା ଓ ଛାମୁଆ ନେତାଙ୍କୁ ଆଉ କୌଣସି କାର୍ଯ୍ୟକ୍ରମରେ ଡକାଯାଉ ନାହିଁ ବୋଲି ସେ କହିଥିଲେ। ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ କୁମାର ରାଉତ, ଲୋକନାଥ ନାୟକ, ଅନନ୍ତ ଚରଣ ପହି, ସୁଦର୍ଶନ ନାୟକଙ୍କ ଆବାହକତ୍ୱରେ ସୁଧାଂଶୁ ରାଉତ, ଲକ୍ଷ୍ମୀଧର ପଣ୍ଡା, ଚକ୍ରଧର ପୁହାଣ, ଉପେନ୍ଦ୍ର ସେନାପତି, ପୂର୍ବତନ ସମିତିସଭ୍ୟ ନାରାୟଣ ବେହେରା, ପ୍ରମୋଦ କୁମାର ପଣ୍ଡା, ଉଦ୍ଧବ ଚରଣ ଯେନା, ବିଦ୍ୟାଧର ନାୟକ, ଭାସ୍କର ସା, ବନବିହାରୀ ବେହେରା, ଦେବରଞ୍ଜନ ସାହୁ, ଭୀମସେନ ପେରେଇ, ସୁଦାମ ଚରଣ ମହାପାତ୍ର, ଗଦାଧର ନାୟକ, ଦେବେନ୍ଦ୍ର ଜେନା, ଶରତ ପଦୁରିଆ, ଗୌରାଙ୍ଗ ମଲ୍ଲିକ, କୃପାସିନ୍ଧୁ ମଲ୍ଲିକ, ହାଡିବନ୍ଧୁ ଦେହୁରୀ, ଶିବ ଶତପଥୀ, ରବିନ ପାଢ଼ୀ, ରବି ରଣା, ପୂର୍ଣ୍ଣଚନ୍ଦ୍ର ବେହେରା, ପଦ୍ମନାଭ ଧଳ, ସୁଧାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସମାବେଶରେ ଉପସ୍ଥିତ ଦଳୀୟ କର୍ମୀମାନେ ବିଧାୟକଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ।
ବିପକ୍ଷ ଗୋଷ୍ଠୀର ସମାବେଶ ସମ୍ପର୍କରେ ବିଧାୟକ ଭାଗୀରଥି ସେଠୀଙ୍କୁ ପଚାରିବାରୁ, କିଛି ଚକ୍ରାନ୍ତକାରୀ ତାଙ୍କ ବିରୋଧରେ ଷଡ଼୍ଯନ୍ତ୍ର କରୁଛନ୍ତି, ଏଥିରେ ସେମାନେ ସଫଳ ହେବେ ନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/political-ll.jpg)