କେନ୍ଦୁଝର: ଆନନ୍ଦପୁର ସଟଡାଉନ, ବଡ଼ବିଲରେ ସଟଡାଉନ କୋହଳ

କେନ୍ଦୁଝର: ମହାମାରୀ କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦକୁ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ ଶତାଧିକ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ଚଳିତ ମାସ ୨୭ ତାରିଖ ସକାଳ ୫ଟାରୁ ଆସନ୍ତା ଅଗଷ୍ଟ ମାସ ୨ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ ରହିବ । ସଟଡାଉନ ସମୟରେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ ।

ସଟଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏଥିସହ ରାଶନ ସାମଗ୍ରୀ ଦୋକାନ ପନିପରିବା ଓ କ୍ଷୀର ଦୋକାନ ସକାଳ ୬ ଟା ରୁ ଦିନ ୧ ଯାଏଁ ଖୋଲା ରହିବ । ଜରୁରୀ କାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ ଖୋଲାରହିବ, ପୋଷ୍ଟ ଅଫିସ ଖୋଲା ରହିବ। କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଗମନାଗମନ କରିପାରିବେ, ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ । ଅନୁମତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟାତ କରିପାରିବେ। ପାନୀୟଜଳ, ପରିମଳ ବିଭାଗର କର୍ମଚାରୀମାନେ ଯାତାୟାତ କରିପାରିବେ। ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାତାୟାତ କରିପାରିବେ । ମାଲବାହୀ ସାମଗ୍ରୀର ଗାଡି ଯାତାୟାତ କରିପାରିବ, କୃଷି, କୃଷିଜାତ ଦୋକାନ, ଗୋଖାଦ୍ୟ ପଶୁସମ୍ପଦର ଦୋକାନ, ମାଛ ଖାଦ୍ୟ ଦୋକାନ ଖୋଲା ରହିବ ।

ଅନ୍ୟପଟରେ ଜିଲ୍ଲାର ବଡ଼ବିଲରେ ସଟଡାଉନ କୋହଳ କରିଦିଆଯାଇଛି । ବଡ଼ବିଲରେ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଦୋକାନଗୁଡ଼ିକ ଖୋଲା ରହିବ । ବ୍ୟାଙ୍କ ଗୁଡ଼ିକ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ । କୁଶଭଦ୍ରା ପଂଚାୟତ, କବିତ୍ରାସ୍ଥିତ ନିର୍ମାଣାଧୀନ ମେଡିକାଲ କଳେଜକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ବାଂଶପାଳସ୍ଥିତ ଏକ ଘରୋଇ ଇସ୍ପାତ କାରଖାନା ୧୪ ଦିନ ଯାଏଁ ସିଲ କରିଦିଆଯାଇଛି ।

ସମ୍ବନ୍ଧିତ ଖବର