ଆନନ୍ଦପୁର ପୌରାଞ୍ଚଳକୁ ଆଜିଠୁ ୮ ତାରିଖ ମଧ୍ୟରାତ୍ର ଯାଏ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପୌରାଞ୍ଚଳକୁ ଆଜିଠୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହୋଇଛି । ଏହି କଟକଣା ୮ ତାରିଖ ମଧ୍ୟରାତ୍ର ଯାଏ ଜାରି ରହିବ। କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆନନ୍ଦପୁର ମୁ୍ନିସପାଲଟିର ୧୬ଟି ୱାର୍ଡ଼କୁ ଅଗଷ୍ଟ୨ତାରିଖ ରବିବାରଠାରୁ ଅଗଷ୍ଟ ୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଏହି କ୍ରମରେ ୧୬ଟି ୱାର୍ଡ଼ରେ ଜନସାଧାରଣ ଘରୁ ନ ବାହାରିବାକୁ କଡା ନିର୍ଦେଶ ଦିଆଯାଇଥିବାବେଳେ ଔଷଧ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରଖାଯିବାକୁ କୁହାଯାଇଛି ।
ପୁର୍ବରୁ ପୌରାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଜୁଲାଇ ୨୭ତାରିଖରୁ ଅଗଷ୍ଟ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ପୌରାଞ୍ଚଳକୁ ସଟଡାଉନ୍ ଘୋଷଣା କରଯାଇଥିଲା । ପରିସ୍ଥିତି ନିୟନ୍ତଣକୁ ନଆସିବାରୁ ପୁଣି ଗୋଟିଏ ସପ୍ତାହ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ନେଇ ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି । ୭ଦିନ ଧରି ସମସ୍ତେ ଘରେ ରହିବା ସହିତ ପ୍ରଶାସନକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ସରକାରୀ ନିର୍ଦେଶରେ ସମସ୍ତ ୱାର୍ଡ଼ରେ ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏପଟେ ପ୍ରଶାସନର ତରବରିଆ କଟକଣା ଘୋଷଣାର ପ୍ରଭାବ ଆଜି ସାଧାରଣ ଲୋକମାନଙ୍କ ଉପରେ ପଡ଼ିଛି । ପୁର୍ବରୁ ୭ଦିନିଆ ସଟଡାଉନ୍ ସମୟରେ ଲୋକମାନେ ପ୍ରଭାବିତ ହୋଇଥିବାବେଳେ ଏବେ କଣ୍ଟେନମେଣ୍ଟକୁ ନେଇ ଗରିବ ଶ୍ରେଣୀର ଲୋକମାନେ ଗୁରୁତର ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର