ଆନନ୍ଦପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆଜିଠାରୁ ଧାରଣା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଆନ୍ଦୋଳନ ଜାରି ରହିଛି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିଛି। ଆସନ୍ତକାଲିଠାରୁ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦଧିବାମନଜିଉ ମନ୍ଦିର ପରିସରରେ ଆନନ୍ଦପୁର ବିକାଶ ପରିଷଦ ସଭାପତି ରମାକାନ୍ତ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ସମାଜସେବୀ ମହେଶ୍ବର ସାହୁ, ପୌରଉପାଧ୍ୟକ୍ଷ ଦୁର୍ଗାଚରଣ ଦଳେଇ, ସ‌ାମ୍ବାଦିକ ଲୋକନାଥ ସିଂହ, ଶତ୍ରୁଘ୍ନ ସାହୁ, ମଦନ ପାଣି, ନିରାକାର ଦଳେଇ, ଓକିଲ ସଂଘ ସଭାପତି ଦୟାନିଧି ଦାଶ, ସମ୍ପାଦକ ଭଗବାନ ମଲିକ, ପୂର୍ବତନ ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ସତ୍ୟାନନ୍ଦ ମିଶ୍ର, ରବିନାରାୟଣ ‌ହୋତା, ଆଇନଜୀବୀ ଭାଗୀରଥି ଦାସ, ଦୀପ୍ତିକାନ୍ତ ମହାପାତ୍ର, ପ୍ରଦୀପ କୁମାର ପାତ୍ର, ଦୀପୁରଂଜନ ଗୁଇଁ, ପ୍ରମୋଦ କୁମାର ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲା ଗଠନ ଦାବିକୁ ସମର୍ଥନ ଜଣାଇଥିଲେ।

ଏହି ଆନ୍ଦୋଳନକୁ ପଞ୍ଚାୟତସ୍ତରରେ ପହଞ୍ଚାଇବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଲୁ ପଟ୍ଟନାୟକ, ଗୋଲକ ଜେନା, ମୁରଲୀଧର ମିଶ୍ର, ଗଗନ ସିଂହ, ଜଗନ୍ନାଥ ପାଢ଼ୀ, ଆଶୁତୋଷ କର, ଅଶୋକ ସାହୁ, ପ୍ରଦୀପ ହଜାରୀ, ଦିଲୀପ ଧଳ, ଗଣେଶ ସିଂହ, ଛାବୁଲି ଧଳ, କୀର୍ତ୍ତନ ସାହୁ, ଅରୁଣ କୁମାର ଦାସ, ସାମ୍ବାଦିକ ଦିଲୀପ ମିଶ୍ର, ନାରାୟଣ ସାହୁ, ସ୍ବପ୍ନେଶ୍ବର ପଣ୍ଡା, ହରେକୃଷ୍ଣ ପାତ୍ର, ଲଲାଟେନ୍ଦୁ ଧୀର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର