୧୦ ବର୍ଷ ମେୟର ରହିଲେ, ତଥାପି ରାଜଧାନୀରେ କେଉଁଠି ଗାଡି ପାର୍କିଂ କରିବ, କେଉଁଠି କରିବ ନାହିଁ ସେକଥା ଜାଣିପାରିଲେ ନାହିଁ

ଭୁବନେଶ୍ବର : ବର୍ଷେ କି ଦୁଇବର୍ଷ ନୁହେଁ; ପୂରା ୧୦ବର୍ଷ ମେୟର ରହିଲେ ଅନନ୍ତ ନାରାୟଣ ଜେନା। ଭୁବନେଶ୍ବର ବିକାଶ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ତାଙ୍କୁ ଭୁବନେଶ୍ବର ମଧ୍ୟ ଆସନରୁ ବିଜେଡିରୁ ଟିକେଟ୍ ଦେଲେ ଓ ସେ ଜିତିଲେ।

ହେଲେ ରାଜଧାନୀରେ କେଉଁଠି ପାର୍କିଂ ଜୋନ୍, ଅର୍ଥାତ୍ ଗାଡି ପାର୍କିଂ କରିବ, କେଉଁଠି କରିବ ନାହିଁ ସେକଥା ଜାଣିପାରିଲେ ନାହିଁ ନିଜେ ଅନନ୍ତ। ଆଜି ପୁଲିସ ଅନନ୍ତଙ୍କ ଗାଡ଼ି ବେଆଇନ ଭାବେ ପାର୍କିଂ କରିଥିଲା ବୋଲି ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିବା ପରେ ଏହି ପ୍ରସଙ୍ଗଟି ଚର୍ଚ୍ଚାର ବିଷୟ ହୋଇଛି।

ଏଇଥିପାଇଁ େଯ ସ୍ମାର୍ଟ ସିିଟିର େଚହେରା ଅନନ୍ତଙ୍କ େନତୃତ୍ବରେ ବିଏମ୍‌ସି ଆଙ୍କିଥିଲା। ଏ ଚିତ୍ର ଏତେ ଆକର୍ଷଣୀୟ ଥିଲା ଯେ ରାଜ୍ୟବାସୀ ଅଭିଭୂତ େହାଇପଡ଼ିଥିଲେ। ଆଶା କରିଥିଲେ, ବିଳମ୍ବରେ ହେଲେ ବି ଭୁବନେଶ୍ବର ଦେଶର ବଡ଼ ବଡ଼ ସହରକୁ ପଛରେ ପକାଇ ନିଶ୍ଚିତ ଏକ ନମ୍ବର ହେବ।

ବାସ୍ତବତା ହେଲା, ଭୁବନେଶ୍ବର ଚିତ୍ର ଦିନକୁ ଦିନ ବିଗିଡ଼ିଯାଉଛି ସିନା, ସୁଧୁରିବାର ନାଁ ଧରୁନାହିଁ। େକନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ, ଭୁବନେଶ୍ବରରେ ଏବେ େମାଟର ଯାନ ଯାଞ୍ଚ ଚାଲିଛି। େବଆଇନ ପାର୍କିଂ ପାଇଁ ଏଥିରେ ଜରିମାନା ବ୍ୟବସ୍ଥା ରହିଛି। ଗତକାଲି ଯାଏ ବିଭିନ୍ନ େଲାକଙ୍କଠାରୁ ଏ ବାବଦରେ ହଜାର ହଜାର ଟଙ୍କା ପୁଲିସ ଆଦାୟ କରିଛି। େଲାକଙ୍କ ବିେରାଧ ପରେ ଆଜି ଏଥିରେ କିଛିଟା େକାହଳ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ରାଜଧାନୀରେ ପାର୍କିଂ ସ୍ଥଳ କେଉଁଠି? କାହାର ଭୁଲ ପାଇଁ େଲାକେ ତଣ୍ଡ ଗଣୁଛନ୍ତି? ପାର୍କିଂ ପାଇଁ କିଛି ପଦକ୍ଷେପ ନିଆଯାଇନାହିଁ େବାଲି ଭୁବନେଶ୍ବର ଟ୍ରାଫିକ୍ ବିଗୁଡ଼ୁଛି, େଲାକେ ଅକଥନୀୟ ଦୁର୍ଦଶାର ଶିକାର େହଉଛନ୍ତି। ଏଥିପାଇଁ କିଏ ଦାୟୀ?

ସମାେଲାଚକମାନେ ସିଧା ସିଧା କହୁଛନ୍ତି, ଆଜି ନିଜେ ୫୦୦ ଟଙ୍କା ବି ହେଉ, ତଣ୍ଡ ଗଣିଲା ପରେ ଅନନ୍ତ େହଜିଥିବେ।

ସମ୍ବନ୍ଧିତ ଖବର