ଅନନ୍ତ ବାସୁଦେବ ମନ୍ଦିରରେ ୪ ଦିନ ଅବଢ଼ା ବନ୍ଦ
ଭୁବନେଶ୍ୱର : ବାତ୍ୟା ପରେ ଭାଙ୍ଗି ଯାଇଥିବା ରୋଷଘରକୁ ମରାମତି ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ୪ଦିନ ଧରି ଅବଢ଼ା ବନ୍ଦ ରହିଛି। ତେବେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂର୍ବ ପରି ଅବଢ଼ା ବିକ୍ରି ଚାଲୁ ରହିଛି। ଅବଢ଼ା ପାଇଁ କୁଡ଼ୁଆ ମିଳୁନଥିବା ନେଇ ମଧ୍ୟ ସମସ୍ୟା ଲାଗି ରହିଛି। ଆସନ୍ତା ରବିବାରଠାରୁ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ଅବଢ଼ା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅବଢ଼ା କୁଡ଼ୁଆ ଅଭାବ ନେଇ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ଅବଢ଼ା ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ମନ୍ଦିର ପ୍ରଶାସନକୁ ଜଣାଇଛନ୍ତି। ଏପଟେ ରୋଷଘରର ମରାମତି କାମ ଆରମ୍ଭ ମଧ୍ୟ ଆରମ୍ଭ କରିଛି ବ୍ରାହ୍ମଣ ନିଯୋଗ। ନିଯୋଗର ସମ୍ପାଦକ ଶ୍ରୀ ପତିଙ୍କ କହିବା ମୁତାବକ, ଶନିବାର ପର୍ଯ୍ୟନ୍ତ ରୋଷଘର ମରାମତି କାମ ଚାଲିବ। କାମ ଚାଲୁଥିବା ବେଳେ ଅବଢ଼ା ପ୍ରସ୍ତୁତ କରିବା ସମ୍ଭବ ହେବ ନାହିଁ। ଅନ୍ୟ ଦୃଷ୍ଟିରୁ ଅବଢ଼ା ପାଇଁ ଆବଶ୍ୟକ ପରିମାଣରେ କୁଡ଼ୁଆ ଉପଲବ୍ଧ କରିବାକୁ ସେ ନିବେଦନ କରିଛନ୍ତି।