ବ୍ରହ୍ମଗିରି: ମହାବାହୁ ସ୍ନାନ ବେଦୀରେ ୧୦୮ ଗଡୁ ପାଣିରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଭକ୍ତ ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ଦର୍ଶନ କରୁଛନ୍ତି। ମହାବାହୁଙ୍କ ଅଦର୍ଶନରେ ଆଜି ସକାଳୁ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଣସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମଫଳ ଦେଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ସେଥିପାଇଁ ଆଜି ଭୋରୁ ଅଲାରନାଥଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
/sambad/media/post_attachments/wp-content/uploads/2023/06/Untitled-6.png)
ଭୋର ୪ଟା ରୁ ଦ୍ୱାର ଫିଟା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସୂର୍ଯ୍ୟ ପୂଜା, ରୋଷ ହୋମ ନୀତି ବଢ଼ି ସକାଳ ୬ଟା ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ବ୍ୟାରିକାଡେ ଦେଇ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଅତରିକ୍ତ ଏସପିଙ୍କ ନେତୃତ୍ୱରେ ୨ଜଣ ଡ଼ିଏସପି, ୪ ଜଣ ଇନସ୍ପେକ୍ଟର, ୨୦ ଜଣ ଅଫିସର, ୫୬ଜଣ ହୋମ ଗାର୍ଡ, ୬ଜଣ ଟ୍ରଫିକ ପୁଲିସ, ୬ପ୍ଲଟୁନ ପୁଲିସ ଫୋର୍ସ, ୨ ସେକ୍ସନ ସାଦା ପୋଷାକରେ ପୁଲିସ ମୁତୟନ ହୋଇଛନ୍ତି। ଏହାଛଡ଼ା ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ ବିଭାଗ ସହିତ ସ୍ଵେଚ୍ଛସେବୀ ମଧ୍ୟ କାର୍ଯ୍ୟରେ ଲାଗିଛନ୍ତି। ଏଠାରେ ସ୍ୱତନ୍ତ୍ର ଭାବରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଭୋରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳଙ୍କ ଭିଡ଼ ଲାଗିଛି। ଚନ୍ଦନ ଚକଡା ଠାରୁ ରତ୍ନ ସିଂହାସନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ପୁରା ମନ୍ଦିର ଭିତରେ ଓ ବାହାରେ ୧୬ଟି ସିସିଟିଭି ଲଗେଇ ପ୍ରଶାସନ ନଜର ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Alarnath-Temple-Opens_Thumbnail.jpg)