ସରିଲା ଅଣସର ଦର୍ଶନ : ବ୍ରହ୍ମନାରାୟଣ ବେଶରେ ମହାପ୍ରଭୁ

ବ୍ରହ୍ମଗିରି : ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଣସର ପିଣ୍ଡିକୁ ବିଜେ ପରେ ବ୍ରହ୍ମଗିରି ଶ୍ରୀଅଲାରନାଥଙ୍କ ମନ୍ଦିରରେ ହେଉଥିବା ଅଣସର ଦର୍ଶନ ଶେଷ ହୋଇଛି। ୪ଦିନ ଧରି ଶ୍ରୀଜିଉଙ୍କ ଅଣସର ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଆଜି ଅଣସର ଦର୍ଶନର ଶେଷ ଦିନରେ ଭୋର ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ହୋଇ ବଲ୍ଲଭ ଉଠିଥିଲା। ସକାଳ ୬ଟାରୁ ସର୍ବସାଧାରଣ ଶ୍ରୀଜିଉଙ୍କ ବ୍ରହ୍ମନାରାୟଣ ବେଶ ଦର୍ଶନ କରିଥିଲେ। ମଧ୍ୟ୍ୟାହ୍ନ ସାଢ଼େ ୧୨ଟାରେ ବିଜେ କାହାଳୀ ବାଜି ସକାଳ ଧୂପ ନୀତି ବଢିବା ପରେ ସାଢେ ଗୋଟାଏରେ ଦ୍ୱିପ୍ରହର ଧୂପ ଉଠିଥିଲା। ସଂଧ୍ୟା ଆଳତୀ, ମଇଲମ ପରେ ସର୍ବସାଧାରଣ ଦର୍ଶନରେ ଭକ୍ତଙ୍କ ଗହଳି ଲାଗି ରହିଥିଲା। ବ୍ୟାରିକେଡ୍‌ ଦେଇ ଭକ୍ତ ଦିନ ତମାମ ଶୃଙ୍ଖଳାର ସହିତ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ମେଘୁଆ ପାଗ ସାଙ୍ଗକୁ ନବଯୌବନ ଦର୍ଶନ ଓ ରଥଯାତ୍ରା ପାଇଁ ପୁରୀକୁ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ଅଣସର ଦର୍ଶନ ପାଇଁ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା। ଆଜି ଚତୁର୍ଦ୍ଧା ମୂର୍ତ୍ତି ନବଯୌବନ ବେଶରେ ଦର୍ଶନ ଦେବେ।

ସମ୍ବନ୍ଧିତ ଖବର