ପୁରୀ : ଆଜି ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟାଯାଇଛି। ଆସନ୍ତାକାଲି ଶ୍ରୀଅଙ୍ଗ ଫିଟାଯିବା ପରେ ଦଇତାପତିମାନେ ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରିବେ। ଆସନ୍ତା ପଞ୍ଚମୀରୁ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ବୈଦ୍ୟଙ୍କ ପରାମର୍ଶ କ୍ରମେ ଫୁଲରୀ ତେଲ ଏବଂ ଔଷ ଲାଗି ହେବ। ଏହି ଔଷ ଖାଇ ମହାପ୍ରଭୁ ଆରୋଗ୍ୟ ହେବେ। ପ୍ରତିଦିନ ଏଠାରେ ଚକଟା ଭୋଗ ହେବ। ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଭକ୍ତମାନେ ପଟିଦିଅଁ ଦର୍ଶନ କରୁଛନ୍ତି। ତେବେ ଦୈନନ୍ଦିନ ଭଳି ଆନନ୍ଦବଜାରେ ଭକ୍ତଙ୍କ ପାଇଁ ଅବଢା ମିଳୁଛି।
ଶ୍ରୀବିଗ୍ରହଙ୍କ ଫିଟା ହେଲା ଓଦା ବସ୍ତ୍ର, ଆଜି ଫିଟିବ ଶ୍ରୀଅଙ୍ଗ
/sambad/media/post_attachments/wp-content/uploads/2019/06/Replace-Wet-Clothes-of-Shree-Bigrah_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)