ଚାଲିଛି ମଇଲମ ଗୁପ୍ତ ନୀତି

ପୁରୀ : ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲା ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ଅଣସର ଘରେ ବିଶ୍ରାମ ନେଉଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଜ୍ୱର ଭଲ ପାଇଁ ଅଣସର ସେବା ଚାଲିଛି। ଘନ ଅନ୍ଧକାର ଭିତରେ ମହାପ୍ରଭୁଙ୍କ ଗୁପ୍ତନୀତି ଚାଲିଛି। ସୁନା ଗୋଷାଇଁଙ୍କ ଘରେ ପ୍ରସ୍ତୁତ ଅଣସର ମଇଲମ ଆଜି ପତି ମହାପାତ୍ର ଓ ଦଇତାପତି ସେବକଙ୍କୁ ଯୋଗାଇ ଦିଆଯାଇଛି। ଦଇତାପତିମାନେ ଏହି ମଇଲମ ପଥି ଭୋଗ ବାଢ଼ିବା ପରେ ପତି ମହାପାତ୍ର ମହାପ୍ରଭୁଙ୍କ ଏହା ଲାଗି କରିଛନ୍ତି। ୧୫ ଦିନ ଧରି ଅଣସର ଘରେ ଏହି ସେବା ଚାଲିବ। ଆଜି ପଟିଦିଅଁଙ୍କ ଠାରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ଵାର ଦେଇ ଦଇତାପତି ସେବକମାନେ ଅଣସର ଘରେ ପ୍ରବେଶ କରି ଗୁପ୍ତନୀତି ସଂପାଦନ କରିଛନ୍ତି। ଏହି ଗୁପ୍ତନୀତି ପାଇଁ ସୁନା ଗୋଷାଇଁମାନେ ୪ ସରା ଅଣସର ମଇଲମ ଯୋଗାଇ ଦେଇଛନ୍ତି। ସେପଟେ ସୁନା ଗୋଷାଇଁମାନେ ଯୋଗାଇ ଦେଇଥିବା ୪ଟି ଶୁକ୍ଳ ମାଳ ମହାପ୍ରଭୁଙ୍କୁ ପିନ୍ଧାଯାଇଛି।

ସମ୍ବନ୍ଧିତ ଖବର