କଟକ: ଆଜି ଭୋରରୁ କଟକ ବଡ଼ ଡାକ୍ତରଖାନାରେ ଜଣେ ମହିଳାଙ୍କର ଡେଙ୍ଗୁ ଜ୍ୱରରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ମହିଳାଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଡୋଗରା ଗ୍ରାମର ଗୌରରାଣୀ ଦେ(୭୩ ବର୍ଷ) ।ତାଙ୍କୁ ଗତ ୧୭ ତାରିଖରେ ଏସିସିବିରେ ଭର୍ତ୍ତି କରାଯାଇଥିଲା।୧୮ ତାରିଖରୁ ଆଇସିୟୁରେ ଥିବା ଶ୍ରୀମତୀ ଦେଙ୍କ ଆଜି ଭୋର ୩ଟା ୩୫ ମିନିଟରେ ମୃତ୍ୟୁ ଘଟିଛି। ଏହି ମହିଳାଙ୍କ ମୃତ୍ୟୁକୁ ମିଶାଇ ଚଳିତ ବର୍ଷ ଏସସିବିରେ ୪ ଜଣ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି।
କଟକ: ଡେଙ୍ଗୁରେ ଆଉ ଜଣଙ୍କର ମୃତ୍ୟୁ, ଏସସିବିରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଲା
/sambad/media/post_attachments/wp-content/uploads/2017/09/Dengue_Swine-Flu.jpg)