ବିଜେପିର ଏନଏସି ଓ ଜିଲ୍ଲା ଶ୍ରମ ଅଫିସ୍‌ ଘେରାଉ

ନୂଆପଡ଼ା: ୧୬ ଦଫା ଦାବିରେ ବିଜେପି ପକ୍ଷରୁ ବୁଧବାର ଖରିଆରରୋଡ ଏନଏସି କାଯ୍ୟର୍ାଳୟ ଘେରାଉ କରାଯାଇଥିଲା। ପରେ ଏକ ଦାବିପତ୍ର ଏନଏସି ଇଓଙ୍କୁ ପ୍ରଦାନ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ବାହାରି ଖରିଆରରୋଡ ଜିଲ୍ଲାଶ୍ରମ କାଯ୍ୟର୍ାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟା ନେଇ ଧାରଣା ଯାଇଥିଲା। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ କ୍ରମାଗତ ଭାବେ ମରୁଡ଼ି ଯୋଗୁଁ ଦାଦନ ଚାଲାଣ ବନ୍ଦ କରାଯିବା, ଶ୍ରମିକଙ୍କୁ ବ୍ୟାପକ କର୍ମ ଯୋଗାଣ, ମନରେଗା ଯୋଜନାରେ ବକେୟା ପାଉଣା ପ୍ରଦାନ, ଭୂମିହୀନ ନିର୍ମାଣ ଶ୍ରମିକଙ୍କୁ ଘରଡିହ ପ୍ରଦାନ ଆଦି ଅନ୍ତର୍ଭୁକ୍ତ ରହିଛି। ଖରିଆରରୋଡ ମଣ୍ଡଳ ସଭାପତି ସନ୍ଦୀପ ଶର୍ମାଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଶିବପ୍ରସାଦ ମୁଣ୍ଡ, ଯଦୁମଣି ପାଣିଗ୍ରାହୀ, ଗୋଲଡି ଅଗ୍ରୱାଲ, ସଂଜୟ ତିୱାରୀ, ଅତିନ୍ଦ୍ରଜିତ ସିଂ ମଲ୍ଲିକ, ଚର୍ତୁଭୁଜ ଶର୍ମା, ଅଭିନନ୍ଦନ ପଣ୍ଡା,ଟିଟୁ ପଣ୍ଡା, ମନିଜର ଆର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର