ଆଙ୍କରିଂ ଶିଖିବାର ସୁଯୋଗ ଆଣିଛି ଆଉଟ୍‌ରିଚ୍

ଭୁବନେଶ୍ୱର : ଇଲେକ୍ଟ୍ରୋନିକ୍‌ ମିଡିଆର ଗୁରୁତ୍ୱ ବୃଦ୍ଧି ପାଉଥିବାରୁ ଏଥିରେ କ୍ୟାରିୟର ପାଇଁ ଯୁବପିଢିଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି । ବିଶେଷକରି ଟେଲିଭିଜନ୍ ଓ ରେଡିଓରେ ଆଙ୍କରିଂ ପାଇଁ ବହୁ ଯୁବକଯୁବତୀଙ୍କ ସ୍ୱପ୍ନ ରହିଛି। ଏହାଛଡ଼ା ଷ୍ଟେଜ୍‌ରେ ଆଙ୍କରିଂ ମଧ୍ୟ ଭଲ ରୋଜଗାରର ଏକ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ‘ ଆଉଟ୍‌ରିଚ୍‌’ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ୧୫ ଦିନିଆ ଆଙ୍କର ଟ୍ରେନିଂ କ୍ୟାମ୍ପ୍‌ ଆୟୋଜନ ହେବାକୁ ଯାଉଛି । ଷଷ୍ଠଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛି ଆଉଟ୍‌ରିଚ୍ ।

ଏହି କ୍ୟାମ୍ପରେ ରାଜ୍ୟର ବହୁ ଲୋକପ୍ରିୟ ଟେଲିଭିଜନର ବ୍ୟକ୍ତିତ୍ୱ, ରେଡିଓ ଓ ଷ୍ଟେଜ୍ ଆଙ୍କର ଏବଂ ବିଶେଷଜ୍ଞମାନେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ଆର୍ଜେଇଂ, ଲାଇଭ ରିପୋର୍ଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍‌ ମୁଖ୍ୟ ସୁବ୍ରତ କୁମାର ପତି।

ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନ୍ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ। ଦୂରରୁ ଆସୁଥିବା ଅଂଶଗ୍ରହଣକାରୀଙ୍କ ପାଇଁ ହଷ୍ଟେଲ୍‌ ମଧ୍ୟ ବ୍ୟବସ୍ଥା ରହିଛି । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ପତି କହିଛନ୍ତି।

ସମ୍ବନ୍ଧିତ ଖବର