ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ କେବଳ ଐତିହ୍ୟ କୀର୍ତ୍ତିରାଜି ପାଇଁ ବିପଦ ଆଣି ଦେଇନି, ଏହାଦ୍ବାରା ମାଟିତଳେ ପୋତି ହୋଇରହିଥିବା ପ୍ରାଚୀନ କୀର୍ତ୍ତିରାଜ ବି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଖନନ ବେଳେ ଏମାର ମଠରୁ ପ୍ରାଚୀନ କୀର୍ତ୍ତିରାଜି ମିଳିଥିଲା। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ସତ୍ୟପାଠରେ ହାଇକୋର୍ଟଙ୍କୁ ଅବଗତ କରିଛି। ସତ୍ୟପାଠ ସହ ଏହାର କିଛି ଫଟୋ ବି ପ୍ରତ୍ନତତ୍ତ୍ବ ବିଭାଗ ସଂଲଗ୍ନ କରିଛି। ଗତ ଏପ୍ରିଲ ୨୯ ତାରିଖର ଏକ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କୁ ଜଣାଇଛି ଯେ କିଛିଦିନ ତଳେ ଏମାର ମଠ ଜାଗା ଖନନ ବେଳେ ଏହି ପ୍ରାଚୀନ ମୂର୍ତ୍ତି ମିଳିଥିଲା। ଯାହା ବହୁ ପୁରାତନ। ସତ୍ୟପାଠର ୪୦ ନମ୍ବର ପୃଷ୍ଠାରେ ଏ ସମ୍ପର୍କିତ ଫଟୋ ସଂଲଗ୍ନ କରି ପ୍ରତ୍ନତତ୍ତ୍ବ ବିଭାଗ କହିଛି, ଉକ୍ତଦିନ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଅନୁଧ୍ୟାନ ପରେ ଏମାର ମଠ ଖନନସ୍ଥଳରୁ ଏହି ପ୍ରାଚୀନ ମୂର୍ତ୍ତିକୁ ପାଇଥିଲେ। ଏଭଳି ଅନେକ ପ୍ରାଚୀନ ମୂର୍ତ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବି ମାଟି ତଳେ ପୋତି ହୋଇ ରହିଥିବାର ସନ୍ଦେହକୁ ଏଡ଼ାଇ ଦିଆଯାଇନପାରେ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଦର୍ଶାଇଛି।
ହାଇକୋର୍ଟଙ୍କୁ ଜଣାଇଲା ଏଏସ୍ଆଇ: ଏମାର ମଠରୁ ମିଳିଥିଲା ପ୍ରାଚୀନ କୀର୍ତ୍ତିରାଜି
/sambad/media/post_attachments/wp-content/uploads/2022/05/emar-ma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)