ଭୁବନେଶ୍ବର: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ଅଧକ୍ଷ ତଥା କଟକ ମେୟର ସୁବାସ ସିଂଙ୍କ ନେତୃତ୍ୱରେ ସାମୁଖ୍ୟର କର୍ମକର୍ତ୍ତାମାନେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଶ୍ରମିକମାନଙ୍କ ସମସ୍ୟା ଓ ସର୍ବନିମ୍ନ ମଜୁରୀ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ନବୀନ କହିଥିଲେ, ମୁଁ ଆପଣମାନଙ୍କ ସହିତ ଅଛି। ସାଧାରଣ ଲୋକଙ୍କ ସହିତ ଅଛି। ଲୋକଙ୍କ ସେବା ଜାରି ରଖନ୍ତୁ। ଆମେ ପୁଣି ଥରେ ଲୋକଙ୍କ ଆଶୀର୍ବାଦ ପାଇବା। ଏହି ସାକ୍ଷାତ ସମୟରେ ଶ୍ରମିକ ନେତା ନବ ମହାନ୍ତି, ରାଜୀବ ମହାନ୍ତି, ଵାଲା ରାୟ, ପ୍ରଦ୍ୟୁମ୍ନ ସାମଲ ଓ ଜୁମର ଅମର ସିଂ ପ୍ରମୁଖ ଉପସ୍ଥିତ ଥିଲେ।