ବରଗଡ଼: ବରଗଡ଼ ଜିଲ୍ଲାରେ ଆଉ ଜଣଙ୍କ ଜୀବନ ନେଲା ସ୍କ୍ରବ୍ ଟାଇଫସ୍। ସୋହେଲା ବ୍ଳକ୍ର ଜଣେ ୪୮ ବର୍ଷର ଯୁବକଙ୍କ ଏଥିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।
ଅନ୍ୟପକ୍ଷରେ ସ୍ଥିତି ଯାଞ୍ଚ କରିବା ସକାଶେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସୁନ୍ଦରଗଡ଼ ପରେ ଆଜି ବରଗଡ଼ରେ ପହଞ୍ଚିଛନ୍ତି। ଏହି ଟିମ୍ରେ଼ ଡା. ସମୀର ଗୁଲାଟି, ଡା. ତୁଷାର ନାଲେ, ଡା. ଧରା ବି. ଶାହ, ଡା. ଆରୁଷୀ ଘାଇ ସାମିଲ ଅଛନ୍ତି। ରାଜ୍ୟର ଦୁଇଜଣ ବିଶେଷଜ୍ଞ ଏମାନଙ୍କ ସାଙ୍ଗରେ ରହିଛନ୍ତି। ଉକ୍ତ ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସମୀକ୍ଷା ବୈଠକରେ ସିଡିଏମ୍ଓ ଡା. ଜିତେନ୍ଦ୍ର ମୋହନ ବେବର୍ତା, ଡା. ସାଧୁଚରଣ ଦାଶ ଯୋଗ ଦେଇ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଟିମ୍ ପରୀକ୍ଷାଗାର ପରିଦର୍ଶନ କରି ସ୍ବାସ୍ଥ୍ୟସେବା ବ୍ୟବସ୍ଥା ନିରୀକ୍ଷଣ କରିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପାଇଁ ୧୭୭୫ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ୮୯ଜଣ ନମୁନା ପଜିଟିଭ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/jgdjgjgjdgjddgjgjgj.jpg)