ଘରକୁ ଫେରିଲେ ଆଣ୍ଡାମାନ ନାବିକ ଅମ୍ରିତ କୁଜୁର

ପୁରୀ : ସମୁଦ୍ର ଭିତରେ ୫୮ ଦିନର ସଂଘର୍ଷ କରି ବଂଚିଯାଇଥିବା ଆଣ୍ଡାମାନର ନାବିକ ଅମ୍ରିତ କୁଜୁର ଆଜି ଘରକୁ ଫେରିଛନ୍ତି। ଆଜି ଅପରାହ୍ଣ ୩ଟାରେ ଅମ୍ରିତ ପୁରୀ ଛାଡ଼ିଥିଲେ, ତାଙ୍କୁ ପ୍ରଶାସନ ପକ୍ଷରୁ ବିଦାୟ ଦିଆଯାଇଥିଲା। ଅମ୍ରିତ ଆଜି ଭୁବନେଶ୍ବରରୁ ଉଡ଼ାଜାହାଜରେ କୋଲକାତା ଯିବେ। ସେଠାରେ ଆଣ୍ଡାମାନ ପ୍ରଶାସନର ଅଧିକାରୀମାନେ ତାଙ୍କୁ ନେବେ।

ପୁରୀ ପ୍ରଶାସନ ପକ୍ଷରୁ ଉପଖଣ୍ଡ ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କୁଜୁରଙ୍କ ସହିତ ଯାଇଛନ୍ତି। ସେଠାରେ ସେ କୁଜୁରଙ୍କୁ ହସ୍ତାନ୍ତର କରିବା ପରେ ଓଡ଼ିଶା ଫେରି ଆସିବେ । ତେବେ ବିଦାୟ ବେଳେ ଭାବବିହ୍ବଳ କୁଜୁରୁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ପୁରୀ ଲୋକ ଓ ପ୍ରଶାସନର ଏଭଳି ସହଯୋଗକୁ ସେ କେବେ ଜୀବନ‌ରେ ଭୁଲିପାରିବେ ନାହିଁ ବୋଲି କହିଛନ୍ତି। ତାଙ୍କୁ ଉଦ୍ଧାର କରିଥିବା ଗ୍ରାମବାସୀ ଓ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ପୁଣି କେବେ ସମୟ ହେଲେ ସେ ପୁରୀ ବୁଲିବାକୁ ଆସିବେ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର