ଗୋପ : ଗୋପ ବ୍ଲକ୍ ଅନ୍ତର୍ଗତ ଅଣ୍ଢରାଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଏବେ ନିଶାଖୋରଙ୍କ ଆଡ଼ାସ୍ଥଳୀ ପାଲଟିଛି। ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଏବଂ ରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟାଳୟଟି ଭୁଶୁଡ଼ିବାକୁ ଲାଗିଲାଣି। ଏହି କାର୍ଯ୍ୟାଳୟଟି ପୋଇତରା, ଅଣ୍ଢରା ଓ ବଡ଼ମଠ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର କେନ୍ଦ୍ରସ୍ଥଳରେ ନିର୍ମାଣ ହୋଇଛି। ଏହି ୩ଟି ଗ୍ରାମଠାରୁ କାର୍ଯ୍ୟାଳୟ ପ୍ରାୟ ୧ କିମି ଦୂରରେ ଥିବାରୁ ସନ୍ଧ୍ୟା ହେଲେ ଏଠାରେ ମଦୁଆ ଏବଂ ନିଶାଖୋରଙ୍କ ଆସର ଜମୁଛି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ଯାତାୟାତ କରୁଥିବାରୁ ନିଶାଖୋର ବ୍ୟକ୍ତିମାନେ ସେମାନଙ୍କୁ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟର ପ୍ରାଚୀର ଭାଙ୍ଗି ଯାଇଥିବା ବେଳେ ଲୁହା ଫାଟକକୁ କେହି ଦୁର୍ବୃତ୍ତ ଓପାଡ଼ି ଦେଇଛି। ଫଳରେ କାର୍ଯ୍ୟାଳୟ ଭିତରକୁ ନିର୍ବିଘ୍ନରେ ନିଶାଖୋର ବ୍ୟକ୍ତିମାନେ ପଶି ଉତ୍ପାତ କରୁଛନ୍ତି। ଏହି ପଞ୍ଚାୟତର କାର୍ଯ୍ୟାଳୟ ଏବେ ନିକଟରେ ନିର୍ମାଣ କରାଯାଇଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅସ୍ଥାୟୀ ଭାବେ ଚାଲିଛି। ଏ ସଂପର୍କରେ ସରପଞ୍ଚ ବନରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଲେ, ପଞ୍ଚାୟତ କାର୍ଯ୍ୟାଳୟର ମରାମତି ପାଇଁ ଅର୍ଥର ଅଭାବ ରହିଛି। ଅନ୍ୟପକ୍ଷରେ ତୁରନ୍ତ ଏହି କାର୍ଯ୍ୟାଳୟର ପୁନରୁଦ୍ଧାର ପାଇଁ ଯୁବ ନେତା ଗଙ୍ଗାଧର ପାଇକରାୟ ଓ ତପନ ପରିଡ଼ା ଦାବି କରିଛନ୍ତି।
ଗୋପ ବ୍ଲକ୍ ଅନ୍ତର୍ଗତ ଅଣ୍ଢରାଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ନିଶାଖୋରଙ୍କ ଆଡ଼ାସ୍ଥଳୀ, ସନ୍ଧ୍ୟା ହେଲେ ଏଠାରେ ଜମୁଛି ମଦୁଆ ଏବଂ ନିଶାଖୋରଙ୍କ ଆସର
/sambad/media/post_attachments/wp-content/uploads/2020/01/gopa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)