ବର୍ଷଟିଏ ପୁରିନି; କୋଟିଆରେ ଆନ୍ଧ୍ର ଏଜେଣ୍ଟ ଭାଙ୍ଗିଦେଲେ ସବଜି କୁଲର ଓ ପଲ୍ଲି ହାଉସ୍‌

କୋରାପୁଟ: କିଛି ଦିନର ବ୍ୟବଧାନରେ ପୁଣି କୋଟିଆରେ ଦେଖିବାକ ମିଳିଛି ଆନ୍ଧ୍ର ଏଜେଣ୍ଟରଙ୍କର ଦୌରାତ୍ମ୍ୟ। ଆନ୍ଧ୍ରର ଚାପୁଲିସିର ଏପରି ନିଷା ଘରିଛି ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଜିନିଷକୁ ଫିଙ୍ଗି ଦେଇଛନ୍ତି। ଫଗୁଣ ସିନେରୀ, ଫାଟୁ ସିନେରୀ ଓ ହାରମାଣ୍ଡିଙ୍ଗି ଗାଁରେ ଏମାନଙ୍କ ଉତ୍ପାଦ ଏପରି ବୃଦ୍ଧି ପାଇଛି ଯେ କହିବାକୁ ନାହିଁ। କୋଟିଆରେ ଜିଲ୍ଲା ଜିବିକା ମିଶନ ପକ୍ଷରୁ କରାଯାଇଥିବା ପଲ୍ଲି ହାଉସ ଓ ସବଜି କୁଲରକୁ ନଷ୍ଟ କରି ଦେଇଥିବା ଜଣାପଡିଛି। ଏହି ଏଜେଣ୍ଟମାନେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ପଲ୍ଲି ହାଉସ ଓ ସବଜି କୁଲରକୁ ଭାଙ୍ଗି ଦେଇଥିବା ଜଣାପଡିଛି।

ତେବେ ପଲ୍ଲି ହାଉସ ଓ ସବଜି ମଣ୍ଡି ମାଧ୍ୟମରେ ଏହିଠାରେ ଚାଷ କରୁଥିବା ଚାଷୀଙ୍କ ଜୀବନ ଧାରଣ ମାନ ବୃଦ୍ଧି କରିବାକୁ ଓଡ଼ିଶା ପ୍ରୟାସ କରିଥିଲା। ୬ ମାସ ଏହିଠାରେ ଚାଷୀ ସଫଳ ହୋଇଥିଲେ। ଲକ୍ଷ୍ୟ ଥିଲା ବଳିପଡୁଥିବା ପନିପରିବାକୁ ସତେଜ ରଖିବା। ନିଜ କଷ୍ଟ ଉପାର୍ଜିତ ପନିପରିବାକୁ ପୁଣ ଥରେ ବିକ୍ରି କରି ସେଥିରୁ ଗୁଞ୍ଜୁରାଣ ମେଣ୍ଟାଇବ। କିନ୍ତୁ କୋରାପୁଟ ଜଲ୍ଲାର ‌କ‌ୋଟିଆରେ ପୁଣି ଦେଖିବାକୁ ମିଳିଛି ଆନ୍ଧ୍ର ଏଜେଣ୍ଟଙ୍କର ଦୌରାତ୍ମ୍ୟ। ଏହି ମହତ୍ବକାକ୍ଷୀ ଯୋଜନା ବାଟବଣା ହୋଇଛି। ମାତ୍ର ମାସ କେଇଟାରେ ଏହା ଡଷ୍ଟବିନରେ ପରିଣତ ହୋଇଛି। ଜିଲ୍ଲା ଜୀବିକା ମିଶନ ପକ୍ଷରୁ କିଭଳି ଚାଷୀଙ୍କ ପନିପରିବା ସଂରକ୍ଷତ କରି ରଖାଯିବ ସେନେଇ ଚାଷୀଙ୍କ ବାଡିରେ ପ୍ରତିଷ୍ଠା ହୋଇଥିଲା ସବଜି କୁଲର ବା ପନିପରିବା ଶୀତଳ ଭଣ୍ଡାର।

ଜିଲ୍ଲାର ୧୪ଟି ବ୍ଲକ ସହ ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଏହି ମହତ୍ବକାକ୍ଷୀ ଯୋଜନାକୁ ଲାଗୁ କରାଯାଇଥିଲା। କୋଟିଆ ପଞ୍ଚାୟତର ଏକାଧିକ ଗାଁରେ ଚାଷୀଙ୍କୁ ଏହି ଯୋଜନା ସାମିଲ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷର ବଣ୍ଟନ କରାଯାଇଥିଲା। ରୋକାର୍ଟ ବୈଷୟିକ ଜ୍ଞାନ କୌଷଳରେ ଏହି ସବଜି କୁଲର ପ୍ରତିଷ୍ଠା କରାଯାଇଥିଲେ ବି ଏହାକୁ ଆନ୍ଧ୍ର ଏଜେଣ୍ଟ ଭାଙ୍ଗି ପକାଇଛନ୍ତି। ଫଳରେ ରକ୍ଷଣାବେକ୍ଷଣ କରା ନ ଯିବାରୁ ହଜାର ହଜାର ଟଙ୍କା ଏବେମାଟିରେ ମିଶିଛି। ଫଗୁଣ ସିନେରୀ ଗାଁର ହାମି ହେରୁକା‌ଙ୍କ ବାଡିରେ ଲାଗିଥିଲା ଏକ ସବଜି କୁଲର।

ତେବେ ସବୁଠୁ ବଡ କଥା ହେଲା ସବୁ ଜାଣି କୋରାପୁଟ ଜିଲ୍ଲା ପ୍ରଶାସନ ଚୁପ ବସିଛି। କୁମ୍ଭୀର ନେଇ ମଝି ନଈରେ କରିଥିବାବେଳେ ଜିଲ୍ଲା ପ୍ରଶାସନ ଉକ୍ତ ଏଜେଣ୍ଟଙ୍କ ବିରୋଧରେ କାଯ୍ୟନୁଷ୍ଠାନ ନ ନେବା ସର୍ବସାଧାରଣରେ ନାନା ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର