ଓଡ଼ିଶାକୁ ରହିଛି ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ବିପଦ, ଟିକାକରଣ ବଢାଇବା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ଭାରତରେ ବର୍ତମାନ ଚାଲିଥିବା କୋଭିଡର ଦ୍ୱିତୀୟ ଲହର ଚରମ ସୀମାରେ ପହଂଚିଛି ବୋଲି କୁହାଯାଇପାରିବ । ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିହାର ରାୟ । ସେ କହିଛନ୍ତି, ପୃଥିବୀରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାର ଯେଉଁ ରେକର୍ଡ ଥିଲା ତାହା ଭାରତ ଅତିକ୍ରମ କରିସାରିଛି । ପରିସ୍ଥିତି ବହୁତ ଗମ୍ଭୀର । ମହାରାଷ୍ଟ୍ର ଓ ଦିଲ୍ଲୀରେ ପିକ ପହଂଚିବା ଉପରେ । ଓଡିଶାକୁ ପଶ୍ଚିମବଙ୍ଗ ଓ ଆନ୍ଧ୍ର ଆମକୁ ସର୍ବାଧିକ ପ୍ରଭାବିତ କରିପାରନ୍ତି ବୋଲି କହିଛନ୍ତି ନିହାର ରାୟ । ସେ କହିଛନ୍ତି, ସୀମାକୁ ସିଲ କରିବା ନିହାତି ଆବଶ୍ୟକ । ଭାଇରସର ପ୍ରକୃତି ହେଲା ମ୍ୟୁଟେଟ କରିବା । ୟୁକେ ଭାରିଆଂଟ, ଡବଲ ମ୍ୟୁଟାାଂଟ ଭାରିଆଂଟର ଇନଫେକସନ କାପାସିଟି ବଢିଯାଇଛି ।

ତେଣୁ ଭାରତ ଭଳି ଦେଶ ଯେଉଁଠି ଲୋକସଂଖ୍ୟା ବହୁତ ଅଧିକ ଓ ଭାକସିନ ସେହି ଅନୁସାରେ ହୋଇନି, ସେଠାରେ ଇନଫେକସନର ସମ୍ଭାବନା ଆହୁରି ବଢିଯାଉଛି । ଟିକାକରଣ ବଢିଲେ ଭାଇରସ ମ୍ୟୁଟାଂଟ ରୋକିହେବ । ବର୍ତମାନ ଯେଉଁସବୁ ଟିକା ଅଛି, ସେଗୁଡିକ ମ୍ୟୁଟାଂଟ ହେଲେବି ପ୍ରଭାବ ରହିବ । ଟିକା ନେଲେ ବି ଭାଇରସ ପ୍ରଭାବିତ କରିବନାହିଁ, ଏମିତି କିଛି କଥା ନାହିଁ । କିନ୍ତୁ ଗୁରୁତର ହେବେନାହିଁ । ତୃତୀୟ ଲହର ଆସିବ କି ନାହିଁ ଠିକଭାବେ କହିହେବ ନାହିଁ । କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଲୋକଙ୍କ ସଚେତନତା ଉପରେ ନିର୍ଭର କରେ ।

ସମ୍ବନ୍ଧିତ ଖବର