ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ବିବାଦୀୟ କୋଟିଆ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅନେକ ବର୍ଷ ଧରି ତିକ୍ତତା ଲାଗି ରହିଛି। ଦିନକୁ ଦିନ ବିବାଦ ଚରମସୀମାରେ ପହଁଚି ଥିବା ବେଳେ ଗତ ରବିବାର ଦିନ ସାଲୁର ବିଧାୟକ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି ରାଜନ ଦୋରା ସୀମାନ୍ତ ଗାଁ ନେରେଡିବାଳସା ଗ୍ରାମରେ ପହଁଚିବା ପରେ ଆହୁରି ବିବାଦ ବଢିଯାଇଛି। ପାର୍ବତୀପୁରମ ନିକଟରେ ମାନ୍ୟମ ଜିଲ୍ଲା ହେବା ପରେ କୋଟିଆକୁ ନିଜର କରିବା ପାଇଁ ଆନ୍ଧ୍ର ଚେଷ୍ଟା ଜାରି ରଖିଛି।
କୋରାପୁଟ ଜ଼ିଲ୍ଲା ପ୍ରଶାସନକୁ ବିଭିନ୍ନ ସମୟରେ ଚକମା ଦେଖେଇ କୋଟିଆରେ ବଳପୂର୍ବକ ଅନୁପ୍ରବେଶ କରି କୋଟିଆବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନା ଦେଖାଇ ଭୁଆଁ ବୁଲୋଉଛି। ରବିବାର ଵିଵଦିୟ କୋଟିଆ ପଞ୍ଚାୟତର ନେରାଡ଼ିବାଳସା, ତାଡିବାଳସା ଗାଁରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନନା ଦୋରା ପରିଦର୍ଶନ କରିଥିଲେ ଓ ଅନୁସୂଚିତ ଜାତି ଓ ଜନଜାତିର ବାସିନ୍ଦାଙ୍କ ଦ୍ୱାରା ୱାଇଏସ୍ଆର ଯୋଜନା ଭଳି ଆନ୍ଧ୍ରସରକାରଙ୍କ ଦ୍ୱାରା ଦିଆ ଯାଉଥିବା ନବରତ୍ନ ଯୋଜନା ଉପରେ କିପରି ଅଞ୍ଚଳବାସୀ ଲାଭବାନ ହାଇପାରିବେ, ଏହାର ଫାଇଦା ଉଠାଇବା ପାଇଁ କହିବା ସହ ପ୍ରତ୍ୟେକ ସୁବିଧା ଏବଂ ସମସ୍ୟା ଉପରେ ଝିପିରି ଝିପିରି ବର୍ଷା ହେଉଥିବା ସତ୍ବେ ଘର ଘରକୁ ଯାଇ ବୁଝଇଥିଲେ।
/sambad/media/post_attachments/wp-content/uploads/2022/06/204ac998-3587-4a0b-b755-33afa78830f0.jpg)
ବିଗତ ଦିନରେ ନେରଡିବଳସା ଠାରେ ହେଉଥିବା ହାଟ ପିଣ୍ଡି ନିର୍ମାଣର ବିଲ ପାଇନଥିବା ନେଇ ଠିକାଦାର ଜଣକ ଅଭିଯୋଗ କରିବା ପରେ ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ତଳଗଞ୍ଜେଇ ପଦର ଠାରେ ଆନ୍ଧ୍ର ତରଫରୁ ୱାଇଏସଆର ବୀମା କାର୍ଡରେ ଗ୍ରାମବାସୀଙ୍କୁ ସାମିଲ କରିବା ପାଇଁ ଗ୍ରାମବାସୀଙ୍କ ଆଧାରକାର୍ଡ, ଭୋଟକାର୍ଡ ଓ ରାସନକାର୍ଡ କୁ ନେଇ ୱାଇଏସଆର ବୀମାରେ ସାମିଲ କେତେ ଜଣ ହୋଇଛନ୍ତି ତାହା ପଚାରି ବୁଝିଥିଲେ। ଏହି ବୀମାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତି ମୃତ୍ୟୁ ବରଣ କଲେ ଆନ୍ଧ୍ର ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା କହିଥିଲେ।
/sambad/media/post_attachments/wp-content/uploads/2022/06/968590dc-fe3c-4097-bb85-4687dd563cbd.jpg)
ଆଗରୁ ଆନ୍ଧ୍ରରୁ ଏଜେଣ୍ଟମାନେ ଆସି କୋଟିଆରେ ଏ ସମସ୍ତେ କାର୍ଯ୍ୟ କରୁଥିଲେ, ଯାହା ଫଳରେ ଓଡିଶାବାସୀ ଏହାକୁ ବିରୋଧ କରୁଥିଲେ। କିନ୍ତୁ ଆନ୍ଧ୍ର ଏଥର ଏକ ନୂଆ ଚାଲ ଖେଳୁଛି, ଯାହାକି କୋଟିଆ ପଞ୍ଚାୟତର ୨୧ ଗ୍ରାମ ପାଇଁ ୧୬ ଜଣ ଶିକ୍ଷିତପିଲାଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ଦେଇ ଆନ୍ଧ୍ର ନିଜର ଏଜେଣ୍ଟ ସଜାଇ କୋଟିଆରେ କରୁଛି ୱାଇଏସଆର ବୀମା ଯୋଜନା ସାଙ୍ଗକୁ ବିଭିନ୍ନ ସରକାରୀ କାର୍ଯ୍ୟ। ତେଣୁ ଏହିପରି ବାରମ୍ବାର ଅନୁପ୍ରବେଶ ସ୍ୱତ୍ୟେ ଓଡ଼ିଶା ଚୁପ ହୋଇ ରହିଥିବା ଓ ତାର ସ୍ଥାୟୀସମାଧାନ ନକରିବା ଫଳରେ ଉଭୟଙ୍କ ମଧ୍ୟରେ ସୀମାନ୍ତବାସୀ ପେଷିହୋଉ ଥିବା ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1f00455d-cbaa-419f-b086-98711c80149d.jpg)