ଜୟପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆର ବିବାଦୀୟ ଅଂଚଳକୁ ଗସ୍ତ କରି ରାଜ୍ୟସରକାରଙ୍କୁ ତୁରନ୍ତ ସମସ୍ୟା ଗୁଡ଼ିକ ସଂପର୍କରେ ଅବଗତ କରିଥିଲେ। ତେବେ ରାଜ୍ୟସରକାର ତ୍ବରିତ ପଦକ୍ଷେପ ନ ନେବା ଏବଂ ଅବହେଳା ଫଳରେ ଆଜି ଆନ୍ଧ୍ର ପ୍ରଦେଶ ଓଡିଶା ସୀମାନ୍ତରେ ଅନୁପ୍ରବେଶ କରି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କରୁଛି ବୋଲି ଏକ ପ୍ରେସବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ। ସେହିଭଳି ଗତ ଦିନରେ ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ସହ ଜିଲ୍ଲାସଭାପତି ତଥା ୧୦ଜଣିଆ ଟିମ୍ ବି ବୁଲି ପରିସ୍ଥିତିର ଅନୁଧ୍ୟାନ ବି କରିଥିଲେ।
ବିଜେପି ଆଜି ସେଠାରେ ହୋଇଥିବା ନିର୍ବାଚନକୁ ବି ବିରୋଧ କରୁଛି ବୋଲି ବିଜ୍ଞପ୍ତିରେ ଜଣାଇଛନ୍ତି। ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା ବିଧାୟକ ପ୍ରଦୀପ୍ତ ନାୟକ କୁନ୍ଦରା, ଲିମା, କୁସୁମି, ଗୁପ୍ତେଶ୍ବର ଆଦି ଗସ୍ତ କରି ଅଂଚଳବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏସବୁ ଅଂଚଳରେ ରାଜ୍ୟସରକାରଙ୍କ ଯୋଜନା ଅପହଂଚ ହୋଇ ରହିଥିବା ବେଳେ ଏହା ରାଜ୍ୟସରକାରଙ୍କ ଅପରାଗତା ବୋଲି ଉଲ୍ଲେଖ କରାଯାଇଛି।
ଦୁରଆ ସଂପ୍ରଦାୟକୁ ଛତିଶଗଡ଼ରେ ଆଦିବାସୀ ମାନ୍ୟତା ମିଳି ସାରିଥିବା ବେଳେ ଓଡିଶା ସରକାରଙ୍କ ଇଛାଶକ୍ତି ଅଭାବରୁ ଏମାନେ ଆଦିବାସୀ ମାନ୍ୟତା ପାଇ ନାହାନ୍ତି ବୋଲି ଅଭିଯୋଗ କରାଯାଇଛି। ସେଭଳି ଦେଓମାଳି, ଗୁପ୍ତେଶ୍ବରକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ଓ ଦୁରୁଆକୁ ଆଦିବାସୀ ମାନ୍ୟତା ଦେବାକୁ ରାଜ୍ୟସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବବୋଲି ଏଥିରେ ଉଲ୍ଲେଖ ରହିଛି। ଯଦି ଏହି ଦାବି ଗୁଡ଼ିକ ପୁରଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ତା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/kpt-kotia.jpg)