ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ବହୁ ଚର୍ଚ୍ଚିତ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ଅଧିକାଂଶ ସମୟରେ ଆନ୍ଧ୍ର ପକ୍ଷରୁ ଲୁଚି ଛପି ଗଳାବାଟ ଦେଇ ଓଡ଼ିଶା ମଧ୍ୟକୁ ଅନୁପ୍ରବେଶ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା ଜୋର ଚଳାଇଛନ୍ତି। ଆଜି କିନ୍ତୁ ଆନ୍ଧ୍ରର ଏକ ସ୍ୱାସ୍ଥ୍ୟ ଟିମ ଏହି କାମରେ ବିଫଳ ହୋଇଛନ୍ତି। ଶେଷରେ ବାଧ୍ୟ ହୋଇ ସ୍ଵାସ୍ଥ୍ୟ ଟିମ ଫେରିଯାଇଥିବା ଜଣାପଡିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp