କୋରାପୁଟ: କୋଟିଆ ବିବାଦ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇଛି। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବିବାଦର ସମାଧାନ ପାଇଁ ରାଜି ହୋଇଛନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶ ସରକାର ଆଲୋଚନାକୁ ଅଣଦେଖା କରି ସେଠାକାର ନେତାମାନେ ଓ ଅଧିକାରୀ ବାରାମ୍ବାର କୋଟିଆ ଉପରେ ହସ୍ତକ୍ଷେପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଆନ୍ଧ୍ର ପ୍ରଦେଶର ଏକ ଟିମ୍‌ ଆସି କୋଟିଆରେ ନିର୍ମାଣ କାମ ନେଇ ସର୍ଭେ କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ ଓ ବନ୍ଲକ ଚେୟାରମ୍ୟାନ ଜଗତଜ୍ୟୋତି ପାଙ୍ଗୀ ଘଟଣାସ୍ଥଳକୁ ପହଞ୍ଚି ଜବାବ ଦେଇଛନ୍ତି। ଓଡ଼ିଶାକୁ ଚେକ୍‌ ମେଟ୍‌ ଦେବାକୁ ଆନ୍ଧ୍ର ପୁଣି ଯୋଜନା କରୁଛି। କୋର୍ଟଙ୍କ ଆଦେଶକୁ ଅବମାନନା କରିବା ନେଇ  ସୁପ୍ରିମକୋର୍ଟରେ ମାମଲା ବିଚରଣା ରହିଥିବାବେଳେ ଆଜି ପୁଣି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ପ୍ରବେଶ କରିଛି ଆନ୍ଧ୍ର ସରକାରଙ୍କ କର୍ମଚାରୀ ଓ ସର୍ଭେ ଟିମ୍‌।

Advertisment

ନାରେଡିବାଲସା ଦେଇ ଯାଇଥିବା ପାହାଡିଆ ନଦୀର ଜଳକୁ ସଂରକ୍ଷଣ କରି ଏଥି ପାଖାପାଖି ୧୦୦ ମେଗା ଜଳ  ବିଦ୍ୟୁତ ଉତ୍ପାଦନ କରିବାକୁ ଯୋଜନା କରାଯାଇଥିବାବେଳେ ଟାଟା ପା‌ୱାର କନସେଲ୍ଟି ଏଜେନ୍ସିର ବରିଷ୍ଠ ଅଧିକାରୀ, ଆଦାନୀ ଗ୍ରୁପର ବରିଷ୍ଠ ଅଧିକାରୀ ଆଲୋକ ଶର୍ମା, ବେଙ୍ଗାଲୁରୁ ଟିସିଏସରୁ ଜେ.ଜୟରାମ ଓ ଶିବରାମ, ଚାୱାଲା କମ୍ପାନିରୁ ବରିଷ୍ଠ ଅଧିକାରୀ ନିତେଶ ଚାୱାଲା, ବିଜୟନଗରମ୍‌ ଜିଲ୍ଲା ସଂଯୋଜକ ବିଜୟରାଜୁ ଓ ବିଧାୟକ ପ୍ରୀତମ ପାଢୀ ଏବଂ ତାଙ୍କ ଟିମ୍‌ଙ୍କ ମଧ୍ୟରେ କଥାକଟି ହୋଇଥିଲା। ଏହି ଟିମରେ ୪ଜଣ ରହିଥିବାବେଳେ ଅହମ୍ମଦାବାଦ ଓ ବିଶାଖାପାଟଣା ନୂତନ ନବୀକରଣଯୋଗ୍ୟ ଶକ୍ତି ବିକାଶ ନିଗମ (ଏନଆରଇଡି)ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ତେବେ କୋଟିଆରେ ବିଧାୟକଙ୍କ ସହଯୋଗରେ ଋଣ ବଣ୍ଟନ କାର୍ଯ୍ୟ ରହିଥିଲାବେଳେ ସେଠାରେ ଯୋଗ ଦେବା ପୂର୍ବରୁ ଏହି କାଣ୍ଡ ହୋଇଥିଲା।