କୋରାପୁଟ: କିଛି ଦିନର ବ୍ୟବଧାନରେ ପୁଣି ଧଷେଇ ପଶିଛନ୍ତି ସାଲୁର ବିଧାୟକ ପିଡ୍ଡିକା ରାଜାନ୍ନା ଦୋରା। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ନେରେଡିବାଲାସା ନିକଟସ୍ଥ ତାଡିବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବିଶ୍ରାମ ଗୃହ ଓ ପିଣ୍ଢି କାର୍ଯ୍ୟର ସମୀକ୍ଷା କରିଥିଲେ। ଆଜି ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ସେଠାକୁ ଯାଇ ସ୍ଥିତି ପରଖିଛନ୍ତି । ଆନ୍ଧ୍ର ପ୍ରଦେଶର ସାଲୁର ବିଧାୟକ ରାଜନ ଦୋରା ଓ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୂର୍ମନାଥ ଙ୍କ ଉପସ୍ଥିତିରେ ଗତ କିଛିଦିନ ପୂର୍ବେ ଏହି କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା । ସେଠାରେ ଆନ୍ଧ୍ରର ସାମ୍ବାଦିକ ଙ୍କ ସହ କଥାବାର୍ତା କରିବା ସମୟରେ କୋଟିଆ ନିକଟ ତଳ ଗଂଜେଇପଦର ଠାରେ ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ମାଣ ହେଉଥିବା ଅଙ୍ଗନବାଡି କେନ୍ଦ୍ରକୁ ଓଡିଶା ସରକାର କାମ ବନ୍ଦ କରାଇବା ଘଟଣାକୁ ସେ ନିନ୍ଦା କରିଛନ୍ତି ।
ସୀମାକୁ ନେଇ ସୁପ୍ରିମ କୋର୍ଟରେ ଆଇନଗତ ଲଢେଇ ଓ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗଠନମୂଳକ ଚର୍ଚ୍ଚା ଚାଲିଥିବା ବେଳେ କୋଟିଆ ଅଞ୍ଚଳର ବିକାଶ ପାଇଁ ଉଭୟ ରାଜ୍ୟ ତ୍ୱରାନ୍ୱିତ କରିବା ସହ ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟର ନିର୍ମାଣ କାର୍ଯ୍ୟକୁ ବନ୍ଦ ନକରିବା ପାଇଁ ସେ ଉଭୟ ରାଜ୍ୟର ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ କୋଟିଆ ମାମଲା ଆଇନଗତ ଲଢେଇରେ ଛନ୍ଦି ହୋଇଥିବାବେଳେ ଏଠିକାର ଲୋକଙ୍କର ବିକାଶ ହେବା ଉଚିତ। ଯଦି ଓଡ଼ିଶା ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାବେଳେ ଆନ୍ଧ୍ର ସରକାର କିଛି ବିରୋଧ କରୁ ନାହାନ୍ତି। ତେବେ କୋରାପୁଟ ପ୍ରଶାସନ କାହିଁକି ବିରୋଧ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡିଶା ପ୍ରଶାସନ ଭିତ୍ତିଭୂମି ବିକାଶ କରିବାରେ ଆମକୁ ସହଯୋଗ କରନ୍ତୁ, ନିର୍ମାଣ କାର୍ଯ୍ୟକୁ ବନ୍ଦ କରନ୍ତୁ ନାହିଁ ବୋଲି ସେ ଅନୁରୋଧ ଉଠାଇଛନ୍ତି।
/sambad/media/post_attachments/wp-content/uploads/2021/12/IMG-20211225-WA0021-1024x461.jpg)
ଓଡିଶା କୋଟିଆ ଅଞ୍ଚଳରୁ ବହୁତ ଦୂରରେ ରହିଅଛି। ଆନ୍ଧ୍ର ବହୁତ ନିକଟରେ ରହିଅଛି । ଏଣୁ ଆମକୁ ମଧ୍ୟ ଓଡ଼ିଶା କରୁଥିବା ନିର୍ମାଣ କାର୍ଯ୍ୟ ଗୁଡିକୁ ବନ୍ଦ କରିବାର କ୍ଷମତା ରହିଅଛି। କିନ୍ତୁ ଆସାମ-ମଣିପୁର ଭଳି ଗଣ୍ଡଗୋଳ ନହେବା ନିମନ୍ତେ ଆମେ ଚାହୁଁଅଛୁ। ଆମେ ଆମ ମୁଖ୍ୟମନ୍ତ୍ରୀଙ୍କ କଥା ମାନି ଓଡିଶାକୁ ସହଯୋଗ କରୁଅଛୁ। ମୁଁ ଏକ ଜନ ପ୍ରତିନିଧି ଭାବେ ପଟାଙ୍ଗି ବିଧାୟକ ପିତମ ପାଢ଼ୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ମିଳିମିଶି ରହିବା। ଉକ୍ତ ଅଞ୍ଚଳ ଆମର କିମ୍ବା ତମର ହେବ ତାହା ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଜଣାପଡ଼ିବା କହି ପ୍ରତିକ୍ରିୟା ଦେଇଥିବା ନେଇ ଜଣାପଡିଛି। ଉକ୍ତ ସମୟରେ କୋଟିଆ ଆନ୍ଧ୍ର ଗଂଜେଇପଦର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ଗେମେଲ ଏବଂ ଆନ୍ଧ୍ର ଦଳୀୟ କର୍ମୀ ଡି ଶ୍ରୀନାବାସ ରାଓ, ଜି ରାଜରାଓ ପ୍ରମୁଖ ଉପସ୍ଥିତ ରହିଥିବା ନେଇ ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/08f332db-0922-421f-a085-2583910dcff0.jpg)