୨୭ ହାର୍ଡକୋର୍‌ ମାଓବାଦୀଙ୍କ ପୋଷ୍ଟର ଜାରି, ଆନ୍ଧ୍ର ପୁଲିସର ୨୫ ଲକ୍ଷ ପୁରସ୍କାର ଘୋଷଣା

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୨କିମି ଦୂରରେ ଆନ୍ଧ୍ର ପୁଲିସ୍‌ ୨୭ଜଣ ଦୁର୍ଦ୍ଦାନ୍ତ ମୋଷ୍ଟ ୱାଣ୍ଟେଡ୍ ମାଓବାଦୀଙ୍କ ଫଟୋ ଥିବା ଏକ ପୋଷ୍ଟର ଲଗାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି , ମାଓ ସଙ୍ଗଠନର କେନ୍ଦ୍ରୀୟ କମିଟି ସଭ୍ୟ ଲକ୍ଷ୍ମଣ ରାଓ ଓରଫ ଗଣପତି, ଏସ୍‌ କେଶବ ରାଓ ଓରଫ ବାସବା ରାଜ, ରାଜ ହରି ଗୋପାଳ ଓରଫ ରାମ କ୍ରିଷ୍ଣା, ରାଜା ରେଡି ଓରଫ ମୁରଲି, ଗାଜର୍ଲା ରବି ଓରଫ ଗଣେଶ, ରାମଚନ୍ଦ୍ର ରେଡ୍ଡି ଓରଫ ଚାଲପତି, କିଶୋର ଓରଫ ଅନିଲ, ଗଙ୍ଗାମାଡି ଓରଫ କିଶୋର, ଚିନ୍ନାରାଓ ଓରଫ ସୁଧୀର, ରାମକୃଷ୍ଣ ଓରଫ ଅଶୋକ। ଏମାନଙ୍କ ସମ୍ପର୍କରେ ସଠିକ୍ ସୂଚନା ଦେବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଆନ୍ଧ୍ର ପୋଲିସ ଘୋଷଣା ମଧ୍ୟ କରିଛି । ଫଳରେ, ଦୀର୍ଘଦିନ ଧରି ଶାନ୍ତ ଥିବା ଓଡିଶା-ଆନ୍ଧ୍ର ସୀମାନ୍ତରେ ଯେ ପୁଣି ମାଓବାଦୀ ସକ୍ରିୟ ହୋଇ ଉଠିଲେଣି, ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି।

ସମ୍ବନ୍ଧିତ ଖବର