ଓଡ଼ିଶାରେ ପୁଣି ଆନ୍ଧ୍ରର ଦାଦାଗିରି: ଫଗୁଣସିନେରୀ ଓ ଫାଟୁସିନେରୀରେ ବାଣ୍ଟିଲା ଖେଳ ସମଗ୍ରୀ

କୋରାପୁଟ: ଓଡ଼ିଶାରେ ପୁଣି ଥରେ ଆନ୍ଧ୍ର ପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ପାର୍ବତୀପୁରମ ପ୍ରଶାସନ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ପ୍ରବେଶ କରି ବାଣ୍ଟିଛି ଖେଳ ସାମଗ୍ରୀ ସହ ୠଣ । ପାର୍ବତୀପୁରମ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ବି.ବିକ୍ରମାଦିତ୍ୟ ଓ ପିଓ ଆଇଟିଡିଏ ଆର.କୁର୍ମାନାଥ ଦୀର୍ଘ ସମୟ ଧରି ଏଲହି ଦୁଇ ଗାଁ ସମୟ ଅତିବାହିତ କରିଥିଲେ । ଏହି ସମୟରେ ଦୁଇ ଗାଁର ଯୁବକମାନଙ୍କୁ ଭଲିବଲ୍, କାର୍ଡ ର୍ବୋର୍ଡ, ଫୁଟବଲ୍ ଏବଂ ଅନ୍ୟାନ୍ୟ ଖେଳ ସାମଗ୍ରୀ ଯୋଗାଇଥିବା ଜଣାପଡିଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାଗୁଡିକର ଲାଭ ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଯିବାକୁ ପରାମର୍ଶ ଦେଇଛନ୍ତି । ଏହି ଦୁଇ ଗାଁର ଏକାଧିକ ଯୁବକଙ୍କୁ ସେଠାକୁ ନେଇ ନାମ ପଞ୍ଜୀକରଣ କରାଯାଇଥିବା ଜଣାପଡିଛି । ଏହି ପଞ୍ଜୀକରଣବେଳେ ବିଭିନ୍ନ ଯୋଜନାରେ ସେମାନଙ୍କୁ ରିହାତି ମୂଲ୍ୟରେ ଋଣ ପ୍ରଦାନ କରାଯିବାକୁ ଯୋଜନା ରହିଛି । ଏହାସହ ଖେଳ ମାଧ୍ୟମରେ ସେମାନଙ୍କ ଯୋଗ୍ୟତା ଚିହ୍ନଟ କରାଯିବାକୁ ଯୋଜନା କରିଛି ପାର୍ବତୀପୂୁରମ ଜିଲ୍ଲା ପ୍ରଶାସନ । ଏହି ଅବସରରେ ପ୍ରଶାସନିକ ଅଧିକାରୀ ଆଦିବାସୀ ଯୁବକମାନଙ୍କ ସହ ବହୁ ସମୟ ବିତାଇବା ସହ ଏହି ଯୁବକମାନଙ୍କୁ ଜୀବିକା ନିର୍ବାହ ଏବଂ ରୋଜଗାରର ରାସ୍ତା ଦେଖାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନାଗୁଡ଼ିକ ଲାଭ ନେବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର