ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ୧୪ ଦିନିଆ ସଂଗରୋଧ ରହିବାକୁ ପଡ଼ିବ । ଏହି ୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ ଥିଲେ ୭ ଦିନ ହୋମ କ୍ୱାରେଣ୍ଟିନ ରହିବାକୁ ହେବ । ୪୮ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ ହୋଇଥିବା ଆବଶ୍ୟକ । ସୀମାନ୍ତ ଅଂଚଳରେ ଯାଂଚ କଡ଼ାକଡ଼ି ନିର୍ଦ୍ଦେଶ । ଯାଂଚ କଡ଼ାକଡ଼ି କରିବାକୁ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍‌ଆରସି (ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନାଙ୍କ ନିର୍ଦ୍ଦେଶ । କେରାପୁଟ, ନବରଂଗପୁର, ମାଲକାନଗିରି, ଗଂଜାମ ଓ ଗଜପତି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସୀମାରେ ଯାଂଚ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ହୋଇଛି ।

ସମ୍ବନ୍ଧିତ ଖବର