କୋରାପୁଟ: ଆନ୍ଧ୍ର ପ୍ରଦେଶ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ୨୫୦୦ରୁ ୨୭୫୦କୁ ବଢିବା ପରେ କୋଟିଆ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ବଢିଲା ଅର୍ଥନୈତିକ ମାନଦଣ୍ଡ। ଗତ ତିନି ତାରିଖରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୋସିଆଲ ଅଡିଟର ଡିଆରପି ରାଜୁ, ଟେକ୍ନିକାଲ ଅଡିଟର ଏମ.ଶ୍ରୀନୁ, ସାଲୁର ମଣ୍ଡଳର ପଞ୍ଚାୟତ ସେକ୍ରେଟାରୀ କେ.ଶ୍ରୀନିବାସ, ଗଞ୍ଜେରଇେପଦର ସରପଞ୍ଚ ଦିବାକର ଗେମେଟଙ୍କୁ ନେଇ ବିବାଦୀୟ କୋଟିଆ ପଞ୍ଚାୟତର ଧୂଳିପଦରରେ ଏକ ଗ୍ରାମସଭା ଆୟୋଜନ କରିଥିଲେ।
ସେଥିରେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସହ ଗ୍ରାମବାସୀଙ୍କର ଆହୁରି କ’ଣ ଆବଶ୍ୟକତା ରହିଛି ତାହା ମଧ୍ୟ ଏହି ଟିମ୍ ପଚାରି ବୁଝି ତଥ୍ୟ ନେଇଛନ୍ତି, ଯାହାକୁ ଦରକାର ୱାଇଏସଆର କାନୁକା ପେନସନ ଯୋଜନାରେ ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି ଆଲୋଚନା ହୋଇଛି। ଆନ୍ଧ୍ରର ସରକାରୀ କର୍ମଚାରୀ, ରାଜନେତା ଓ ମାନ୍ୟମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୈନନ୍ଦିନ କେହି ନା କେହି କୋଟିଆ ଗ୍ରାମପୁଞ୍ଜର ବିଭିନ୍ନ ଗାଁକୁ ପ୍ରବେଶ କରି ଗ୍ରାମବାସୀଙ୍କୁ ପ୍ରଲୋଭିତ କରି ଅର୍ଥନୈତିକ ବା ଆର୍ଥିକ ସହାୟତା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଉପରେ ଆଲୋଚନା କରୁଛନ୍ତି। ଏହାକୁ ଆନ୍ଧ୍ରର ବିସ୍ତାରବାଦୀ ଚିନ୍ତା ବୋଲି ଚିଠି ଜଣାଇଛନ୍ତି ଓଡ଼ିଶା ସ୍ପେଶାଲ ବ୍ରାଞ୍ଚ ଏସପି। ପୁଣି କୋଟିଆ ଗ୍ରାମପୁଞ୍ଜର ସମସ୍ତ ଅଧିବାସୀ ଗରିବ ପୋଡୁ ଚାଷ ଉପରେ ନିର୍ଭରଶୀଳ ଏବଂ ଜଙ୍ଗଲର ଲଘୁବନଜାତ ଦ୍ରବ୍ୟ ବିକ୍ରି କରି ଏବଂ ଦିନମଜୁରିଆ ଭାବେ ଜୀବନ ଜିଅନ୍ତି। ଯାହାକୁ ସର୍ଭେ କରି ଫାଇଦା ନେବ ଆନ୍ଧ୍ର ବୋଲି ବିଏସପି ଜଣାଇଛନ୍ତି।
ପ୍ରକୃତରେ ଆନ୍ଧ୍ରର ସାଲୁର ମଣ୍ଡଳ କୋଟିଆ ଅଧୀବାସୀଙ୍କ ଏକ ଜୀବନ ରେଖା। ଏଥିପାଇଁ, ସାଲୁରରେ ବେପାର, ବଣିଜ, ସ୍ବାସ୍ଥ୍ୟସେବା, ପିଲାଙ୍କ ଶିକ୍ଷା, ଦିନ ମଜୁରୀ ଏପରିକି ବ୍ୟାଙ୍କ, ତହସିଲ, କୋର୍ଟ, ଭଳି ହିତାଧିକାରୀ ଯୋଜନା ଉପରେ ଅଞ୍ଚଳବାସୀ ଯିବାକୁ ବାଧ୍ୟ। ଆଗରୁ ଅନେକ ଲୋକାଭିମୁଖି ଯୋଜନା କରି ଜଗନ ସରକାର ଓଡ଼ିଶାର ଯୋଜନାକୁ କାଉଣ୍ଟର ଚେକ୍ ଦେଇ ସାରା ଓଡ଼ିଶାରେ ଆଗରେ ଥିବା ନଜର ରହିଛି। ତେଣୁ ଓଡ଼ିଶା ସରକାର ବା କୋରାପୁଟର ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଉଲ୍ଲେଖ କରିଛନ୍ତି। ଏକ ଗୁରୁତ୍ବପୂର୍ଣ୍ଣ ପାରାରେ ଆନ୍ଧ୍ର ଅଧିକାରୀଙ୍କୁ ବା ଜୋନାଲ ଅଫିସରଙ୍କୁ ଚେକ୍ ଦେବା ସହ ଓଡ଼ିଶା ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କିଛି ଆନ୍ଧ୍ର ଅଧିକାରୀ ଏବଂ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସେ ପତ୍ରରେ ଉହ୍ଲେଖ କରି ଜିଲ୍ଲା ଏସପି, ରେଞ୍ଜ ଡିଆଜିଙ୍କ ପାଖକୁ ଚିଠି ଲେଖିଛନ୍ତି।
ତେବେ ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ପରେ ସ୍ପେଶାଲ ବ୍ରାଞ୍ଚ ଏସପିଙ୍କ ଏପରି ଏକ ସମ୍ବେଦନଭରା ଓ ଗୁରୁତ୍ବପୂର୍ଣ୍ଣ ପତ୍ରାଳପରେ ଜଣାପଡୁଛି ଯେ ଆନ୍ଧ୍ର ତାର କଳ, ବଳ, କୌଶଳ, ପ୍ରଲୋଭନ ଏବଂ ସରକାରୀ କର୍ମଚାରୀ ଓ ଦଲାଲ ଲଗାଇ ଅର୍ଥନୈତିକ ମାନଦଣ୍ଡର ବିକାଶ କରାଇ କେଉଁଠି ନା କେଉଁଠି ତଥ୍ୟ ସଂଗ୍ରହ କରାଇ ବିଚାରାଧୀନ ରହିଥବା ମାମଲାକୁ ଖୋରାକି ଯୋଗାଇ ପାରେ। ତେଣୁ ରାଜ୍ୟ ସରକାର ନିହାତି ଭାବେ ସ୍ପେଶାଲ ବ୍ରାଞ୍ଚର ଏହି ସ୍ପର୍ଶକାତର ରିପୋର୍ଟକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ କଳକୁ ସକ୍ରୟ କରାନ୍ତୁ। ଅନ୍ୟପଟେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ୫ ତାରିଖ ଦିନ ଜିଲ୍ଲାପାଳ ଅବଦ୍ଦାଲ ଏମ.ଅଖତର, ସିଡିଓ ସିବାଜି ରାଓ ଇଶାଲୱାର ସ୍ଥାନୀୟ ସଦଭାବନା ଗୃହରେ ଜିଲ୍ଲାର ସମସ୍ତ ବିଭାଗୀୟ ମୁଖ୍ୟକୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ଉନ୍ନୟନ ମୂଳକ କାର୍ଯ୍ୟ ସହ ଲାଇନ ଡିପାର୍ଟମେକଣ୍ଟର ସମୀକ୍ଷା କରିଥିଲେ।