ବୋଲ ମାନୁନି ଆନ୍ଧ୍ର ; କୋଟିଆରେ ଚେକ୍ ଗେଟ୍‌ ନିର୍ମାଣ କରି ଦାଦାଗିରି

କୋରାପୁଟ: ବୋଲ ମାନୁନି ଆନ୍ଧ୍ର ସରକାର। ଦୁଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀଙ୍କ ଆଲୋଚନା ଓ ଉତ୍ତସ୍ତରୀୟ କମିଟି ଗଠନ ହୋଇଥିଲେ ବି ଆନ୍ଧ୍ର ପ୍ରଶାସନର ଦାଦାଗିରି କମିବା ନାଁ ନେଉନି। ଆଜି କୋଟିଆ ଗ୍ରାମପୁଞ୍ଜର ନାରେଡିବାଲସାରେ ଚେକ୍‌ ଗେଟ୍‌ ନିର୍ମାଣ କରି କୋଟିଆ ସିଆଇ ଚେକିଂ ଚଳାଇଥିବାବେଳେ ଆନ୍ଧ୍ର ଗାଡିକୁ ଛାଡୁଥିବାବେଳେ ଓଡ଼ିଶା ନମ୍ବର ରହିଥିବା ଗାଡିକୁ ତିନି ତିନି ଥର ଚେକିଂ କରୁଥିବା ଦେଖିବାକୁ ମିଳିଛି। କୋଟିଆ ସିଆଇ ଇରମ ନାୟୁଡୁ ଓ ତାଙ୍କ ଟିମ୍‌ ଆଜି ନାରେଡିବାଲସାରେ ଚେକ୍ଗେଟ କରି ଚେକ୍‌ କରୁଥିବା ଦେଖିବାକୁ ମିଳିଥିଲା। ସିଆଇଙ୍କ ସହ ୧୦ ରୁ୧୨ ଜଣ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିବା ଦେଖିବା ମିଳିଥିଲା।

ତେବେ କିପରି ଓ କେଉଁ ପରିସ୍ଥିତିରେ ଏହି ଆନ୍ଧ୍ର ପୁଲିସ ଓଡ଼ିଶାରେ ପ୍ରବେଶ କରି ଚେକିଂ କରୁଥିଲେ ତାହାର ସ୍ପଷ୍ଟ କାରଣ ଜଣାପଡିନାହିଁ। ଖାଲିସେତିକି ନୁହେଁ କୋଟିଆର ଧୂଳିପଦରରେ ଗାଁରେ ରାସ୍ତା ସଂପ୍ରସାରଣ ଚାଲିଥିବାବେଳେ ଆନ୍ଧ୍ର ପୁଲିସର ଦାଦାଗିରି ଦେଖିବାକୁ ମିଳିଥିଲା। ସେଠାରେ ଏହି ସିଆଇ ଜଣକ ପହଞ୍ଚିକାର୍ଯ୍ୟରେ ନିୟୋଜିତ ରହିଥିବା ଓଡ଼ିଶାର ବୁଲଡୋଜରକୁ କାମ କରିବାକୁ ମନା କରିଥିଲେ। ଏହାସହ ସେଠାରୁ ତୁରନ୍ତ ପଳାଇ ଯିବାକୁ ଧମକାଇଥିଲେ। ଏହାପରେ କାର୍ଯ୍ୟ ରହିଥିବା ବୁଲଡୋଜର ଡ୍ରାଇଭର ଜଣକ ଭୟରେ କାମ ଛାଡି ପଳାଇ ଆସିଥିବା ଦେଖିବାକୁ ମିଳିଛି। କିଛି ଦିନ ହେଲା କୋଟିଆରେ ପଶି ଅଙ୍ଗନବାଡି ଘର ତିଆରି କରୁଥିବାବେଳେ ଏହାକୁ କୋରାପୁଟ ପ୍ରଶାସନ କରାଇ ଦେଇ ନ ଥିଲା। ଏହାପରେ ନାରେଡିବାଲସା ଓ ଫାଟୁ ସିନେରୀରେ ନାକା କରି ଜଗି ରହିଥିଲା ଓଡ଼ିଶା ପୁଲିସ। ଏଥିରେ ଉତ୍ତ୍ୟେକ୍ତ ହୋଇ ତିନିଦିନ ତଳେ ସାଲୁର ବିଧାୟକ ନାରେଡିବାଲସାରେ ପଶି କୋରାପୁଟ ପ୍ରଶାସନକୁ ସମାଲୋଚନା କରିଥିଲେ।

ଅନ୍ୟପକ୍ଷରେ ଆଜି କୋଟିଆ ଫାଣ୍ଡି ପକ୍ଷରୁ ନାରେଡିବାଲସା ଓ ଫଗୁଣ ସିନେରୀରେ ଦୁଇଟି ଟିମ୍‌ ପଇତାରା ମାରୁଛନ୍ତି। କିନ୍ତୁ ବଡ ସମସ୍ୟା ହେଉଛି ଆଜି ସକାଳୁ ଏହିଠାରେ ବିଏସଏନଏଲ ନେଟ୍‌ୱାକ୍‌ କାମ କରୁନାହିଁ। ଗତକାଲି ୩ଜି କାମ କରୁଥିବାବେଳେ ଆଜି କେବଳ ୨ଜି ଓ ଇ ଦେଖାଉଛି। କଲ ଡପ୍ର ସହ କୋଟିଆ ଫାଣ୍ଡି ସହ କୋରାପୁଟ ପୁଲିସ ମୁଖ୍ୟଳୟର ଯୋଗଯୋଗ ହୋଇପାରୁ ନ ଥିବା ଜଣାପଡିଛି। ଫଳରେ ଆଜି ଦିନରେ ଆନ୍ଧ୍ର ପୁଲିସ ଏହି ଘଟଣା ଘଟାଇଥିବାବେଳେ ମୁଖ୍ୟଳୟ ସହ ଯୋଗାଯୋଗ ହୋଇ ନ ପାରିବାରୁ ସମସ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର