୨୫ରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର : ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି। ୨୬ ତାରିଖ ଦିନ ଭୁବନେଶ୍ୱରରେ ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ସ୍ୱାମୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିବେ। ସେହିଦିନ ଅପରାହ୍ନରେ ସାହିତ୍ୟିକ ବିଜୟ ନାୟକଙ୍କ ଦ୍ୱାରା ସଂପାଦିତ ତ୍ରୟମାସିକ ସାହିତ୍ୟ ପତ୍ରିକା ‘କାହାଣୀ’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୨୭ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆନ୍ଧ୍ରପ୍ରଦେଶ ରାଜଭବନ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର