ଓଡ଼ିଶା ଗସ୍ତରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ,କହିଲେ ପୋଲାଭରମ ପ୍ରକଳ୍ପ ବିବାଦର ସମାଧନ ପାଇଁ ଉଦ୍ୟମ କରିବି

ଭୁବନେଶ୍ବର: ଆଜି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଜି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଏହି ଅବସରରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ସେ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ମଧ୍ୟରେ ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦ ସମାଧନ ପାଇଁ ଉଦ୍ୟମ କରିବେ । ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଭିତରେ ରହି ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ସେ ସବୁ ପ୍ରକାରର ଉଦ୍ୟମ କରିବେ ବୋଲି କହିଛନ୍ତି ।

Image result for biswabhusan harichandan
photo-india today

ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳଭାବେ ଗତ ଜୁଲାଇ ମାସରେ ଓଡ଼ିଶାର ଏହି ଜଣାଶୁଣା ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର