କୋରାପୁଟ: ପୁଣି ଆନ୍ଧ୍ର ସରକାରଙ୍କ ମନମାନୀ। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫାଟୁ ସେନେରୀ, ଫଗୁଣ ସେନେରୀ ଓ ନାରେଡି ବାଲସାରୁ ଲୋକଙ୍କୁ ଉଠାଇ ନେଇ ଟିକାକରଣରେ ସାମିଲ କରୁଥିବା ଜଣାପଡିଛି। ଓଡ଼ିଶାରୁ ଲୋକଙ୍କୁ ନେଇ ଥୋନମ୍ ପିଏସସିରେ ଟିକାକରଣ ଅଭିଯାନରେ ସାମିଲ କରୁଥିବା ଜଣାପଡିଛି। ଏହି ଗାଁରେ ରହୁଥିବା ଆନ୍ଧ୍ରର ପ୍ରତିନିଧିମାନେ ଏହିଠାରୁ ଗାଡି କରି ନେଇ ମେଡିକାଲରେ ପହଞ୍ଚୁଛନ୍ତି। ଏହାପରେ କର୍ମଚାରୀମାନେ ସେଠାରେ ଲୋକଙ୍କୁ ଟିକାକରଣରେ ସାମିଲ କରୁଥିବା ଜଣାପଡିଛି।
ତେବେ ଓଡ଼ିଶା ପକ୍ଷରୁ ମଧ୍ୟ ଆନ୍ଧ୍ରକୁ ମାଷ୍ଟରଷ୍ଟ୍ରୋକ ଦିଆଯାଇଛି। ପୂର୍ବରୁ କୋଟିଆ ଗ୍ରାମପୁଞ୍ଜର ୨୨ ଗାଁରେ ୨୪୭୯ ଜଣ ୧୮ ବର୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି। ମାର୍ଚ୍ଚ ୧ରୁ ଏବେ ଯାଏ ପ୍ରଥମ ଡୋଜ୍ ୧୫୨୯ଜଣ ରହିଥିବା ବେଳେ ଦ୍ବିତୀୟ ଡୋଜ୍ ୯୫୦ଜଣ ଟିକା ନେଇଛନ୍ତି। ଏବେ ସୁଦ୍ଧା ୧୯୦୦ ଜଣ ଟିକା ନେଇ ନଥିବା ଜଣାପଡିଛି।
ଏହି ୧୯୦୦ ଜଣଙ୍କ ମଧ୍ୟରୁ ବହୁ ଲୋକଙ୍କୁ ଟେକି ନେଇ ଟିକାକରଣ କରିଥିବା ଜଣାପଡିଛି। ଆନ୍ଧ୍ରପଟୁ ଏମାନଙ୍କୁ ନିଆଯାଇ ଟିକାକରଣ କରାଯାଉଛି। ମାର୍ଚ୍ଚ ୧ରୁ ଏବେ ଯାଏ ବିଭିନ୍ନ ଦିନରେ ଓଡ଼ିଶା ପକ୍ଷରୁ ଟିକାକରଣ କରାଯାଇଛି। ମାର୍ଚ୍ଚ ୧ରେ କୋଟିଆରେ ୧୧୦ ଜଣଙ୍କୁ, ଦୁଇ ମାର୍ଚ୍ଚରେ କୋଟିଆରେ ୬୦ ଜଣ, ୪ରେ କୋଟିଆ-୧ରେ ୧୫, ୫ରେ କୋଟିଆ-୨ରେ ୧୬, ୬ରେ ସେମ୍ବିରେ ୧୧, ୮ରେ ଫାଟୁସେନେରୀ ୬୮,୯ରେ ଥୁରିଆ/ଥାଉପଦରରେ ୨୦୦, ୧୨ ତାରିଖରେ ଫାଟୁସେନେରୀ/ମାଡକାର ୬୭, ୧୩ ତାରିଖରେ ତାଉପଦର/ଓଲ୍ଡ ଏଜ୍ ଭଟାରେ ୧୭୯, ୧୫ରେ ଏନ.ବାଲସା/ଟି-ୱାଲସା ୬୦ (ପ୍ରଥମ ଡୋଜ୍) ଓ ୧୯ (ଦ୍ବିତୀୟ ଡୋଜ),୧୭ରେ ଗୁମେଲ ପଦର/ଟି-କାଣ୍ଟିରେ ୧୦୮, ୨୨ରେ ଭଟ୍ଟା/କୋଟିଆ ଗ୍ରାମପଞ୍ଚାୟତରେ ୧୦୭, ୧ ଏପ୍ରିଲରେ କୋଟିରେ ୨୬(ପ୍ରଥମ ଡୋଜ) ଓ ୬୧ (ଦ୍ବିତୀୟ ଡୋଜ୍), ୨ରେ କୋଟିଆରେ ୪୩ ଜଣ(ପ୍ରଥମ ଡୋଜ) ଓ ୬୧ ଜଣ ଦ୍ବିତୀୟ ଡୋଜ, ୩ରେ କୋଟିଆ/ୟୁ ପଦର ୪୫ ଜଣ( ପ୍ରଥମ ଡୋଜ) ଓ ୫୨ ଜଣ(ଦ୍ବିତୀୟ ପଦର), ୪ରେ ଫାଟୁସେନେରୀରେ ୧୦୦ ଜଣ, ୬ରେ ଫଗୁଣ ସିନେରୀରେ ୧୯ଜଣ( ପ୍ରଥମ ଡୋଜ) ଓ ୭୯ ଜଣ ଦ୍ବିତୀୟ (ଡୋଜ୍), ୧୨ରେ ଥୁରିଆରେ ୧୪୭ ଜଣ (ଦ୍ବିତୀୟ ଡୋଜ), ୧୫ରେ ୟୁ-ବାରାବନ୍ଧରେ ୧୦ଜଣ( ପ୍ରଥମ ଡୋଜ) ଓ ୯୫ ଜଣ(ଦ୍ବିତୀୟ ଡୋଜ), ୧୯ରେ ତାଉ ପଦରରେ ୧୧ଜଣ(ପ୍ରଥମ ଡୋଜ) ଓ ୮୬ ଜଣ (ଦ୍ବତୀୟ ଡୋଜ), ୨୦ରେ ମାଥାଲାମ୍ବାରେ ୩୩ଜଣ( ପ୍ରଥମ ଡୋଜ) ଓ ୬୭ ଜଣ (ଦ୍ବିତୀୟ ଡୋଜ), ୨୧ରେ କଟ୍ରାଗୁଡା/ କୋଟିରେ ୨୦ଜଣ (ପ୍ରଥମ ଡୋଜ) ଓ ୧୦୭ ଜଣ(ଦ୍ବିତୀୟ ଡୋଜ), ୨୭ରେ ସେମଲପଦରରେ ୨୧ ଜଣ( ପ୍ରଥମ ଡୋଜ) ଓ ୯୭ ଜଣ ଦ୍ବିତୀୟ ଡୋଜ, ୧୦ ଜୁନରେ ୟୁ-ବାରାବନ୍ଧରେ ୭୯(ଦ୍ବିତୀୟ ଡୋଜ) ଓ ୨୪ ଜୁନରେ ଥୁରିଆ/କୋଟିଆରେ ୫୦ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି।
ଏନେଇ ଶ୍ରୀକାକୁଲମ ଜିଲ୍ଲା ହସ୍ପିଟାଲ ସର୍ଭିସର ସଂଯୋଜକ ସୂର୍ଯ୍ୟ ରାଓ କହିଛନ୍ତି ଯେ, ଥୋନମ୍ ସିଏଚସିରେ ଆନ୍ଧ୍ରର ଅଧିବାସୀଙ୍କୁ ଅଣାଯାଇ ଟିକାକରଣରେ ସାମିଲ କରାଯାଇଛି। ଆସନ୍ତାଦିନରେ ଆହୁରି ଲୋକଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ସେ କହିଛନ୍ତି। ଏନେଇ ପଟାଙ୍ଗୀ ପ୍ରଶାସନ କହିଛି ଯେ, ୨୭ଟି ସ୍କ୍ରିନଂ କରାଯାଇ କୋଟିଆ ଗ୍ରାମପୁଞ୍ଜରେ ଟିକାକରଣ କରାଯାଉଛି। ଏବେ ସୁଦ୍ଧା ଆହୁରି ୧୯୦୦ ପାଖାପାଖି ଲୋକଙ୍କୁ ଟିକାକରଣରେ ସାମିଲ କରାଯିବ। ନେଇ ବ୍ୟାପକ ପ୍ରସ୍ତୁତି କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି।