ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ସରକାର ଆସନ୍ତା ୮ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ଡିସେମ୍ବର ୧୩ ତାରିଖରେ ଏହି ଅଞ୍ଚଳରେ ଓଡ଼ିଶାର ବିରୋଧକୁ ବେଖାତିର କରି ଆନ୍ଧ୍ର ନିର୍ବାଚନ କମିସନ ସରପଞ୍ଚ ନିର୍ବାଚନ ମଧ୍ୟ କରିଥିଲେ। ଏହା ବିରୋଧରେ ଓଡ଼ିଶା ସୁପ୍ରିମକୋର୍ଟ ଯାଇଥିଲା ବେଳେ ପୁନଶ୍ଚ ଆନ୍ଧ୍ର ସରକାର ଆଗାମୀ ୮ ତାରିଖ ଦିନ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବା ଅତ୍ୟନ୍ତ ଦୁଃଖଦାୟକ ଓ ଓଡ଼ିଶାର ସ୍ୱାତନ୍ତ୍ରତା ଉପରେ ହସ୍ତକ୍ଷେପ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି। ଏହି ନିର୍ବାଚନ ବନ୍ଦ କରିବା ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡିଙ୍କ ସହିତ ତୁରନ୍ତ ଆଲୋଚନା କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପତ୍ର ଲେଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଦାବି କରିଛନ୍ତି। ଆନ୍ଧ୍ରର ଏହି ଦାଦାଗିରି ବିରୋଧରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ସାମାଜିକ ସଂଗଠନମାନେ ଏକାଠି ହୋଇ ପ୍ରତିବାଦ କରିବାକୁ ଶ୍ରୀ ବେହେରା ଆହ୍ୱାନ ଜଣାଇଛନ୍ତି।
କୋଟିଆରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶର ସଜବାଜ : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ସମାଜବାଦୀ ପାର୍ଟି
/sambad/media/post_attachments/wp-content/uploads/2020/01/kotia-village-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)