ବିକାଶର ବାଟ ଓଗାଳୁଛି ଆନ୍ଧ୍ର; ଓଡ଼ିଶାର ବ୍ରିଜ୍‌ ନିର୍ମାଣକୁ ମାନ୍ୟମ ଜିଲ୍ଲାପାଳଙ୍କ ବିରୋଧ 

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ତଳଗୋଲ୍ଲୁର ପଞ୍ଚାୟତ ଅନ୍ତଃର୍ଗତ ବାଙ୍ଗୁରିଗୁଡି ଗାଁରେ ୧୩ କିଲୋମିଟର ଓଡ଼ିଶା ଭିତରକୁ ଖାଲି ଯେ ଆନ୍ଧ୍ର ପଶିଛି ତାହା ନୁହେଁ ବିକାଶର ବାଟ ଓଗାଳୁଛି। ବିସ୍ତାରବାଦର ନୀତି ଏପରି ଘାରିଛି ଯେ ନିଜେ ଜିଲ୍ଲାପାଳ ଓ ବିଡିଓ ଆସି କାମ ବନ୍ଦ କରିବାକୁ ତାଗିଦ୍‌ କରୁଛନ୍ତି। ଓଏମସି ଛକରୁ ବାଙ୍ଗୁରିଗୁଡି ଯାଏ ପ୍ରାୟ ୧୮ କିଲୋମିଟର ରାସ୍ତାର ମରାମତି ସହ ତିନିଟି ବଡ ବଡ ପୋଲ ନିର୍ମାଣ ଚାଲିଛି। ଠିକ୍‌ ବାଙ୍ଗୁରିଗୁଡି ଗାଁକୁ ଯୋଡିଛି ଏକ ପାହାଡିଆ ନଦୀ। ଏହି ନଦୀରେ ବର୍ଷାଦିନେ ପ୍ରବଳ ବନ୍ୟା ହେତୁ ଆନ୍ଧ୍ରକୁ ଗମନାଗମନ ବନ୍ଦ ହୋଇଯାଏ।

ତେବେ କୋରାପୁଟ ପ୍ରଶାସନପକ୍ଷରୁ ଓଏମସି ଚଖରୁ ଏକ ରାସ୍ତା ସୀମାର ଶେଷକୁ ଯୋଡିବାକୁ ଏନେ ନିର୍ମାଣ ଜାରି ରହିଥିବାବେଳେ ଏହାକୁ ରୋକୁଛି ଆନ୍ଧ୍ର। ସପ୍ତା‌ହକ ମଧ୍ୟରେ ଏହି କାମକୁ ରୋକିବାକୁ ଥରେ ଜିଲ୍ଲାପାଳ ଓ ଥରେ ବିଡିଓ ଆସିଥିଲେ। ଓଡ଼ିଶା ପକ୍ଷରୁ ଏହାକୁ କରିବାକୁ ଜୋର ସୋରରେ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ରାଜସ୍ଥାନରୀୁ ଏକ ଠିକା ସଂସ୍ଥା ଆସି ଏହିଠାରେ ରହିଥିବାବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ରାସ୍ତା କାମକୁ ବନ୍ଦ କରାଯାଇଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ତେବେ ପାଚିପେଣ୍ଟାରୁ ବାଙ୍ଗୁରିଗୁଡି ୧୩ କିଲୋମିଟର ରହିଥିବାବେଳେ ଆନ୍ଧ୍ର ସୀମା ବହୁ ଦୂରରେ ରହିଛି। ହେଲେ ବି କାହିଁକି ଆନ୍ଧ୍ର ପ୍ରଶାସନ ଆସି ଏହି କାମକ ବନ୍ଦ କରୁଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ ରାସ୍ତା କାମ ସହ ବ୍ରିଜ ତିଆରି କରାଯିବାକୁ ଯୋଜନା ସହ ମାଟି ସମତୁଲ କରାଯିବାକୁ ଚାଲିଥିବାବେଳେ ମାନ୍ୟମ ଜିଲ୍ଲାପାଳ ଓ ସ୍ଥାନୀୟ ବିଡିଓ ଆସି ଏହି କାମକୁ ବନ୍ଦ କରିଥିଲେ। ଟିକେ କାମ କରିବାକୁ ହେ‌ଲେ ପୁଣି ଥରେ ବନ୍ଦ କରିଥିବାରୁ ସ୍ଥାୟୀ ଭାବେ କାମ ବନ୍ଦ ରହିଛି। କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରୁ ସହଯୋଗ ମିଳିଲେ କାମ କରାଇବାକୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର