୧୨ ଜିଲ୍ଲାରେ ଶିଶୁଙ୍କ ରକ୍ତହୀନତା ହାର ଜାତୀୟ ହାରଠୁ ଅଧିକ

ଭୁବନେଶ୍ବର : ରାଜ୍ୟର ୧୨ଟି ଜିଲ୍ଲାରେ ଶିଶୁ(୬-୫୯ ମାସ)ଙ୍କ ରକ୍ତହୀନତା ହାର ଜାତୀୟ ହାରଠାରୁ ଅଧିକ। ଜାତୀୟସ୍ତରରେ ଏହି ବର୍ଗର ଶିଶୁଙ୍କ ରକ୍ତହୀନତା ହାର ୬୭.୧ ପ୍ରତିଶତ ଥିବାବେଳେ ଅନୁଗୁଳ ୭୫.୩, ବଲାଙ୍ଗୀର ୭୪.୯, ବୌଦ୍ଧ ୬୮.୭, କଳାହାଣ୍ଡି ୬୮.୮, କୋରାପୁଟ ୬୯.୭, ମାଲକାନଗିରି ୭୮.୭, ମୟୂରଭଞ୍ଜ ୭୧.୭, ନବରଙ୍ଗପୁର ୭୦.୮, ନୂଆପଡ଼ା ୭୩.୫, ରାୟଗଡ଼ା ୭୦.୫, ସୋନପୁର ୭୩.୧ ଓ ସୁନ୍ଦରଗଡ଼ରେ ୭୭.୧ ପ୍ରତିଶତ ରହିଛି।  ବାଲେଶ୍ବର ଜିଲ୍ଲାରେ ସର୍ବନିମ୍ନ ୪୩.୨ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ଅଟନ୍ତି। ତେବେ ଓଡ଼ିଶାର ସାମଗ୍ରୀକ ରକ୍ତହୀନତା ହାର ୬୪.୨ ପ୍ରତିଶତ ରହିଛି।

Outlook Planet

ସେହିପରି ରାଜ୍ୟର ୫ବର୍ଷରୁ କମ୍ ୨୯.୭ ଶିଶୁ କମ୍ ଓଜନ ବିଶିଷ୍ଟ ଥିବା ବେଳେ ଜାତୀୟସ୍ତରରେ ଏହାର ହାର ୩୨.୧ ପ୍ରତିଶତ ରହିଛି। ତେବେ ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ହାର ଜାତୀୟ ହାରଠାରୁ ଅଧିକ ରହିଥିବା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍।

FACTLY

ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି ଯେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ପୋଷଣ ଟ୍ରାକର ବିକଶିତ କରାଯାଇଛି। ଏଥିରେ ଉପଲବ୍ଧ ତଥ୍ୟ ଅନୁସାରେ ଜନ୍ମରୁ ୫ବର୍ଷ ମଧ୍ୟରେ ରାଜ୍ୟରେ ଖର୍ବକାୟ ବା ଷ୍ଟଣ୍ଟିଂର ଶିକାର ଶିଶୁଙ୍କ ହାର ହେଉଛି ୩୧.୨ ପ୍ରତିଶତ। ନବରଙ୍ଗପୁର ଜିଲ୍ଲାରେ ଏହା ସର୍ବାଧିକ ୫୨.୭ ପ୍ରତିଶତ ରହିଛି। ଅନୁଗୁଳରେ ଷ୍ଟଣ୍ଟିଂ ହାର ସର୍ବନିମ୍ନ ୧୫.୭ ପ୍ରତିଶତ ରହିଛି। ଶିଶୁଙ୍କ ବିକାଶ ପାଇଁ ପରିପୂରକ ପୁଷ୍ଟି ଯୋଜନା(ଏସ୍‌ଏନ୍‌ପି) ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ପ୍ରତି ମାସରେ ୨୫ଦିନ ହିସାବରେ ବର୍ଷକୁ ୩ଶହ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ଯୋଜନା ମାଧ୍ୟମରେ ୬ମାସରୁ ୩ବର୍ଷ ବୟସର ସାଧାରଣ ଶିଶୁଙ୍କୁ ଟିଏଚ୍‌ଆର ଛତୁଆ, ଅଣ୍ଡା, ଲଡ଼ୁ, ଶୁଖିଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଛି। ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଲଡ଼ୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ୩ବର୍ଷରୁ ୬ବର୍ଷର ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଛି। ଏଥିପାଇଁ ୨୦୧୦ ମସିହାରୁ ଡିସେମ୍ବର ୨୦୨୨ ମସିହା ସୁଦ୍ଧା ୯,୭୭,୨୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟରେ ଖର୍ବକାୟ ସଫଳତା ହାର ଏନ୍‌ଏଫ୍‌ଏଚ୍‌ଏସ୍‌-୩(୨୦୦୫-୦୬ବର୍ଷ) ଅନୁଯାୟୀ ଶତକଡ଼ା ୪୫ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫(୨୦୨୦-୨୦୨୧) ଅନୁଯାୟୀ ଏହି ହାର ଶତକଡ଼ା ୩୧ ରହିଛି।

ସମ୍ବନ୍ଧିତ ଖବର