୪ କୋଟି ଟଙ୍କାର ମାଲିକାଣୀ ଅଙ୍ଗନବାଡ଼ି ଦିଦି ଗିରଫ

ଭୁବନେଶ୍ବର: ଗିରଫ ହେଲେ ଅଙ୍ଗନବାଡ଼ି ଦିଦି। କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍। ଗତକାଲି ଚଢ଼ଇ ସମୟରେ ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ହୋଇଥିଲା। ୪ କୋଟି ଟଙ୍କାର ମାଲିକାଣୀ ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ହାତରେ ହାତକଡି ପିନ୍ଧାଇଛି ଭିଜିଲାନ୍ସ ସେଲ୍ ।

ତେବେ ଏହି ଅଙ୍ଗନବାଡ଼ି ଦିଦିଙ୍କର ଭୁବନେଶ୍ୱରରେ ରହିଛି ୩ଟି କୋଠା ଓ ୧୦ଟି ଜମି । ୬ଟି ଭିଜିଲାନ୍ସ ଟିମ୍ ୬ଟି ସ୍ଥାନରେ ଏକକାଳୀନ ଚଢଉ କରି ଏହି ତାଜୁବ କଲା ଭଳି ସମ୍ପତ୍ତିର ତାଲିକା ଗତକାଲି ସାମ୍ନାକୁ ଆଣିଥିଲା । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ରାଜଧାନୀରେ ରହିଛି ଗୋଟିଏ ୪ମହଲା କୋଠା, ଗୋଟିଏ ୩ ମହଲା କୋଠା ଓ ଦୁଇଟି ଦୁଇ ମହଲା କୋଠା ।

ସେହିପରି କବିତାଙ୍କ ନାମରେ ୧୪ଟି ଜମି ବିଭିନ୍ନ ସ୍ଥାନରେ ରହିଛି, ଯେଉଁଥିରେ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ଜାଗା, ଜଗତସିଂହପୁରରେ ତିନୋଟି ଏବଂ ବାଲିଅନ୍ତାରେ ଗୋଟିଏ ଜମି। ଦିଦିଙ୍କ ନାଁରେ ଗୋଟିଏ ୪ଚକିଆ ଗାଡି ଥିବା ବେଳେ ୩ଟି ଦୁଇ ଚକିଆ ଗାଡି ରହିଛି । ଏହାସହ ୬ଲକ୍ଷ ୩୬ହଜାର ଟଙ୍କାର ସୁନାଗହଣା ମଧ୍ୟ ରହିଛି ।

ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ଘରେ ଗତକାଲି ଅଚାନକ ଭିଜିଲାନ୍ସ ଚଢଉ କରିଥିଲା । ଲଗାତାର ଭାବେ ଅଙ୍ଗନବାଡ଼ି ଦିଦିଙ୍କ ବିରୋଧରେ ଆସୁଥିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଅନେକ ଦିନ ଧରି ଭିଜିଲାନ୍ସ ସ୍କାନରରେ ଥିଲେ ଅଙ୍ଗନବାଡ଼ି ଦିଦି । ଅସାଧୁ ଉପାୟରେ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ପ୍ରମାଣ ପାଇ ଚଢ଼ଉ କରିଥିଲା ଭିଜିଲାନ୍ସ । ଆଉ ଆଜି ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର