ଖୋଲା ଆକାଶ ତଳେ ଚାଲିଛି ତିନି ଅଙ୍ଗନବାଡ଼ି କେନ୍ଦ୍ର

ବୋର୍ଡା: ଭବାନୀପାଟଣା ସଦର ବ୍ଲକ ବୋର୍ଡା ସେକ୍ଟର ଅନ୍ତର୍ଗତ ୩ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ଛୋଟ ଛୋଟ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେବେଳ କାହା ପିଣ୍ଡାରେ ତ କେବେ ଗଛ ମୂଳେ ଓ ଖୋଲା ଆକାଶ ତଳେ ପ୍ରାକ୍ ଶିକ୍ଷାଦାନ ଚାଲୁଛି। ବୋର୍ଡା ପଞ୍ଚାୟତର ବୋର୍ଡା ଅଙ୍ଗନବାଡ଼ି କେନ୍ଦ୍ର ନଂ-୨ ଓ ଗୋଈକେଲା ଅଙ୍ଗନବାଡ଼ି କେନ୍ଦ୍ର ପ୍ରଶାସନିକ ଅବହେଳା ଯୋଗୁଁ ଦୀର୍ଘ ୫ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଚାଞ୍ଚରାପଡା ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭରୁ ନିଜସ୍ଵ ଗୃହ ନାହିଁ। ଫଳରେ ଏହି ତିନିଟି ଅଙ୍ଗନବାଡ଼ି କେନ୍ଦ୍ର ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଘର ଅଭାବରୁ ଖରାବର୍ଷାରେ ପ୍ରାକ ବିଦ୍ୟାଳୟ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସିଡିପିଓ ଓ ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଭବାନୀପାଟଣା ବିଡିଓ ପ୍ରୀତା କୁମାରଙ୍କୁ ପଚାରିବାରୁ ଆବଶ୍ୟକ ଅର୍ଥର ଅଭାବ ଯୋଗୁଁ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ହୋଇପାରି ନାହିଁ। ଖୁବଶୀଘ୍ର ଅଙ୍ଗନବାଡି କେନ୍ଦ୍ର ସମ୍ପୂର୍ଣ୍ଣ କରିବା ପାଇଁ ଅର୍ଥର ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର