ଭୁବନେଶ୍ୱର: ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି ଅଙ୍ଗନବାଡି କର୍ମୀଙ୍କ ପ୍ରସଙ୍ଗ। ବିଜେପି ବିଧାୟକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ଲୋଏର ପିଏମଜିରେ ଅଙ୍ଗନବାଡି କର୍ମୀମାନେ ଆନ୍ଦୋଳନ କରୁଛନ୍ତି। ଦୀର୍ଘ ବର୍ଷ ଧରି ସେମାନେ ଦାବି କରିଆସୁଛନ୍ତି। ସେମାନଙ୍କ ଦାବି ପୂରଣ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ମୋହନ ମାଝୀ।
/sambad/media/post_attachments/wp-content/uploads/2022/11/Untitled6-1.png)
ସେ ଆହୁରି କହିଛନ୍ତି, ଅଙ୍ଗନବାଡି କର୍ମୀଙ୍କ ୮ ଦଫା ଦାବି ପୂରଣ ହେବା ଯୋଗ୍ୟ। ୫୦ ହଜାର ଅଙ୍ଗନବାଡି କର୍ମୀ ଆନ୍ଦୋଳନ କରୁଛନ୍ତି, ସେପଟେ ଅଙ୍ଗନବାଡି ବନ୍ଦ। ରାଜ୍ୟ ସରକାର ସେମାନେ ଧାରଣାରେ ବସିଥିବା ବେଳେ ସେମାନଙ୍କୁ ସରକାର ଧାରଣାରେ ନ ବସିବା ପାଇଁ ଡରେଇବା ସମ୍ପୂର୍ଣ୍ଣ ଭୁଲ। ବାଚସ୍ପତିଙ୍କ ମାଧ୍ୟମରେ ସରକାର ସେମାନଙ୍କୁ ଡାକି ଆଲୋଚନା କରନ୍ତୁ। କାମ କରୁଥିବା ବେଳେ କିଛି ଦୁର୍ଘଟଣା ହେଲେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଏବଂ ୫ ହଜାର ପେନସନ ଯୋଗାଇ ଦିଅନ୍ତୁ ସରକାର। ଏହାକୁ ଗୁରୁତର ଭାବେ ନିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/84d1d5db-755b-4845-a608-ea6331212d70.jpg)