ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନତକାଇ ପଞ୍ଚାୟତ ମୁକୁନ୍ଦପୁର-୧ ଅଙ୍ଗନୱାଡ଼ି କେନ୍ଦ୍ର ନିଶ୍ଚିନ୍ତକୋଇଲି ବ୍ଳକ୍ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ରହିଛି। ଏହି କେନ୍ଦ୍ରଟି ୨୦୦୭ ମସିହାରୁ କାର୍ଯ୍ୟ କରୁଛି। କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ନିମନ୍ତେ ୨୦୧୪ ମସିହାରେ ପ୍ରାକ୍ତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଶିଳାନ୍ୟାସ କରିଥିଲେ। କିନ୍ତୁ ଶିଳାନ୍ୟାସକୁ ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଫଳକରେ ଅଟକିଛି ଏହି ଅଙ୍ଗନବାଡ଼ି କେନ୍ଦ୍ର।
ପ୍ରକାଶ ଥାଉ କି, ଏହି କେନ୍ଦ୍ରରେ ସ୍ଥାନୀୟ ଅଂଚଳର ୧୫ଜଣ ଶିଶୁ ଅଧ୍ୟୟନ କରନ୍ତି। କେନ୍ଦ୍ରର କୌଣସି ନିଜସ୍ବ ଗୃହ ନଥିବାରୁ ୨୦୦୭ ମସିହାରୁ କେନ୍ଦ୍ର ଏକ ଭଡ଼ା ଘରେ ଚାଲୁଅଛି। ଅପରପକ୍ଷରେ ସ୍ଥାନୀୟ ବାଲିସାହିଠାରେ ନତକାଇର ବନ୍ଦ ହୋଇଯାଇଥିବା ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ଏକ ପରିତ୍ୟକ୍ତ ଗୃହକୁ ଏହି ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାନାନ୍ତରିତ କରାଯିବା ନିମନ୍ତେ ପ୍ରାଶାସନିକ ସ୍ତରରେ ମସୁଧା ଚାଲିଥିବା ସାଧାରଣରେ ଅଭିଯୋଗ ହୋଇଛି। ଉକ୍ତ ପରିତ୍ୟକ୍ତ ଘରରର କାନ୍ଥ ଫାଟି ଆଁ କରିଥିଲା ବେଳେ କାନ୍ଥ ଓ ଘରେ ବିଷଧର ସାପ ବି ବୁଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେନ୍ଦ୍ରକୁ ସେହି ଘରକୁ ସ୍ଥାନାନ୍ତର କରାଗଲେ ଛାତ୍ରାଭିଭାବକ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/ph1.jpg)